୬୬ତମ ଜାତୀୟ ଫିଲ୍ମ ପୁରସ୍କାର ଘୋଷିତ:”ଅନ୍ଧାଧୁନ” ଶ୍ରେଷ୍ଠ ଫିଲ୍ମ ଭାବେ ପୁରୁସ୍କୃତ

ନୂଆଦିଲ୍ଲୀ : ୬୬ତମ ଜାତୀୟ ଫିଲ୍ମ ପୁରସ୍କାର ପାଇଁ ଘୋଷଣା କରାଯାଇଛି । ଶାସ୍ତ୍ରୀ ଭବନର ପ୍ରଥମ ମହଲାର ପିଆଇବି କନଫରେନ୍ସ ହଲରେ  ଆୟୋଜିତ ଉତ୍ସବରେ ୩୧ଟି ବିଭାଗ ପାଇଁ ପୁରସ୍କାର ଘୋଷଣା ହୋଇଛି । ଏଥିରେ ‘ଅନ୍ଧାଧୁନ’କୁ ଶ୍ରେଷ୍ଠ ଫିଲ୍ମ ଭାବେ ପୁରସ୍କାର ପ୍ରଦାନ କରାଯାଇଛି । ଏହା ସହ ‘ସୁଇମିଂ ଥ୍ରୁ ଡାର୍କନେସ୍’କୁ ଶ୍ରେଷ୍ଠ ଖେଳଭିତ୍ତିକ ଫିଲ୍ମ ଭାବେ ଓ ‘ଦ ୱାର୍ଲ୍ଡ ମୋଷ୍ଟ ଫେମସ ଟାଇଗର’କୁ ଶ୍ରେଷ୍ଠ ପରିବେଶ ଭିତ୍ତିକ ଫିଲ୍ମ ଭାବେ ପୁରସ୍କାର ଦିଆଯାଇଛି । ଏହା ସହ ‘ତାଲା ତେ କୁଞ୍ଜି’କୁ ଶ୍ରେଷ୍ଠ ସାମାଜିକ ପ୍ରସଙ୍ଗ ଭିତ୍ତିକ ଫିଲ୍ମ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ‘ବ୍ଲେସ୍ ଜନି’ ଓ ‘ଅନନ୍ତ ବିଜୟ’କୁ ଶ୍ରେଷ୍ଠ ଫିଲ୍ମ (କ୍ରିଟିକ୍) ଭାବେ ପୁରସ୍କାର ଦିଆଯାଇଛି ।

Loading…

ତେବେ ଜାଣନ୍ତୁ ଆଉ କାହାକୁ ପୁରସ୍କାର ଦିଆଯାଇଛି…
ଶ୍ରେଷ୍ଠ ଲୋକପ୍ରିୟତା ଫିଲ୍ମ- ବଧାଇ ହୋ
ଶ୍ରେଷ୍ଠ ଫିଚର୍ ଫିଲ୍ମ- ହେଲାରୁ (ଗୁଜରାତୀ)
ଶ୍ରେଷ୍ଠ ଡାଇରେକଶନ୍- ଆଦିତ୍ୟ ଘର (ଉରୀ- ଦ ସର୍ଜିକାଲ ଷ୍ଟ୍ରାଇକ୍)
ଶ୍ରେଷ୍ଠ ଅଭିନେତ୍ରୀ- କୀର୍ତି ସୁରେରା (ମହାନତୀ, ତେଲୁଗୁ)
ଶ୍ରେଷ୍ଠ ଅଭିନେତା- ଆୟୁଷ୍ମାନ୍ ଖୁରାନା (ଅନ୍ଧାଧୁନ), ଭିକ୍କୀ କୌଶଲ (ଉରୀ)
ଶ୍ରେଷ୍ଠ ଡେବ୍ୟୁ ନିର୍ଦ୍ଦେଶକ- ସୁଧାକର ରେଡ୍ଡୀ ୟଙ୍କତୀ, ଫିଲ୍ମ ନାଲ (ମରାଠୀ)
ଶ୍ରେଷ୍ଠ ସପୋଟିଙ୍ଗ ଅଭିନେତ୍ରୀ – ସୁରେଖା ସୀକରୀ (ବଧାଇ ହୋ)
ଶ୍ରେଷ୍ଠ ସପୋଟିଙ୍ଗ ଅଭିନେତା- ସ୍ୱାନନ୍ଦ କିରକିରେ(ଚୁମ୍ବକ)
ଶ୍ରେଷ୍ଠ ପୁରୁଷ ପ୍ଲେବ୍ୟାକ୍ ସିଙ୍ଗର- ଅରିଜିତ୍ ସିହଂ (ବିନ୍ଦେ ଦିଲ, ପଦ୍ମାବତ୍)
ଶ୍ରେଷ୍ଠ ମହିଳା ପ୍ଲେବ୍ୟାକ୍ ସିଙ୍ଗର- ବିନ୍ଦୁ ମାଳିନୀ, ନାଥୀଚରାମୀ(କନ୍ନଡ)
ଶ୍ରେଷ୍ଠ ଡାଇଲୋଗ୍- ତାରିଖ୍ (ବଙ୍ଗାଳୀ)
ଶ୍ରେଷ୍ଠ କଷ୍ଟ୍ୟୁମ୍ ଡିଜାଇନର – ଇନ୍ଦ୍ରାକ୍ଷୀ ପଟ୍ଟନାୟକ, ଗୌରାଙ୍ଗ ଶାହା, ଅର୍ଚ୍ଚନା ରାୱ, (ମହାନତୀ) (ତେଲୁଗୁ)
ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ – ସଞ୍ଜୟଲୀଳା ଭଂସାଳୀ(ପଦ୍ମାବତ)
ଶ୍ରେଷ୍ଠ ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ୍- ସାସ୍ୱତ୍ ସଚଦେବା (ଉରୀ)
ଶ୍ରେଷ୍ଠ କୋରିୟୋଗ୍ରାଫୀ- ପଦ୍ମାବତ୍ (ଘୂମର)
ଶ୍ରେଷ୍ଠ ଲିରିକ୍ସ- ନାଥୀ ଚରାମୀ(କନ୍ନଡ)
ଶ୍ରେଷ୍ଠ ତେଲୁଗୁ ଫିଲ୍ମ- ମହାନତୀ
ଶ୍ରେଷ୍ଠ ମଲୟାଲମ ଫିଲ୍ମ-ସୁଦାନୀ ଫ୍ରାମ ନାଇଜିରିୟା
ଶ୍ରେଷ୍ଠ କୋକଣୀ ଫିଲ୍ମ- ଅମୋରୀ
ଶ୍ରେଷ୍ଠ ତାମିଲ ଫିଲ୍ମ- ବରାମ
ଶ୍ରେଷ୍ଠ ମରାଠୀ ଫିଲ୍ମ- ଭୋଙ୍ଗା
ଶ୍ରେଷ୍ଠ ରାଜସ୍ଥାନୀ ଫିଲ୍ମ- ଟର୍ଟଲ
ଶ୍ରେଷ୍ଠ ଇନଭେଷ୍ଟିଗେସନ ଫିଲ୍ମ – ଅମୋଲୀ