“ଆଁଖ୍ ଲଡ୍ ଜାବେ” ସହିତ ଜାହ୍ନବୀ କପୁରଙ୍କ ଶାନଦାର୍ ବେଲି ଡ୍ୟାନ୍ସ୍ !

ପ୍ରଖ୍ୟାତ ଅଭିନେତ୍ରୀ ଶ୍ରୀଦେବୀ ଏବଂ ବୋନି କପୁରଙ୍କ ତନୟା ଜାହ୍ନବୀ କପୁର କରଣ ଜୋହରଙ୍କ ଫିଲ୍ମ ‘ଧଡକ୍’ ଜରିଆରେ ହିନ୍ଦି ଫିଲ୍ମ ଜଗତରେ ପାଦ ଥାପିଥିଲେ।ଆଉ ଏହି ଫାଲ୍ମ ର ଅପାର ସଫଳତା ପରେ ଜାହ୍ନବୀଙ୍କ ପାଖରେ ଏବେ ଫିଲ୍ମ ଲାଇନ୍ ଲାଗିଛି।ଏବେ ସେ କେତେକ ଫିଲ୍ମ ସୁଟିଙ୍ଗରେ ବ୍ୟସ୍ତ ଥିବା ବେଳେ ଏହା ମଧ୍ୟରେ ଏକ ଡ୍ୟାନ୍ସ ଭିଡିଓ ସାମ୍ନା କୁ ଆସିଛି।ଖାସ୍ ବିଷୟ ହେଉଛି, ଏହି ଭିଡିଓରେ ଜାହ୍ନବୀ ପ୍ରଥମଥର ଲାଗି ବେଲି ଡ୍ୟାନ୍ସ କରୁଥିବା ଦୃଷ୍ଟିକୁ ଆସିଛନ୍ତି।ଡ୍ୟାନ୍ସରେ ଜାହ୍ନବୀ ନିଜର ଟ୍ରେନର ନମ୍ରତା ପୁରୋହିତ ସହିତ ପପୁଲାର ଟ୍ରାକ୍ “ଆଁଖ୍ ଲଡ୍ ଜାବେ” ରେ ଏହି ବେଲି ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳେ।

Loading…