ଆମେରିକା ର ପାକିସ୍ତାନ କୁ ଚେତାବନୀ:ଭାରତ କୁ ଆକ୍ରମଣାତ୍ମକ ମନୋଭାବ ଦେଖାଇବା ପରିବର୍ତ୍ତେ ନିଜ ଦେଶରେ ସୃଷ୍ଟ ଆତଙ୍କବାଦ ର ଶେଷ କରୁ !

ୱଶିଂଟନ:ଅନୁଚ୍ଛେଦ ୩୭୦ ହଟାଇବା ରେ ଭାରତର ପଦକ୍ଷେପ କୁ ଆମେରିକା ଗୋଟିଏ ହିସାବରେ ସମର୍ଥନ ଦେଇଥିବା ଜଣାଯାଏ।କାରଣ ପାକିସ୍ତାନ କୁ ପୁଣି ସେ ଚେତାବନୀ ଦେଇଛି ଯେ,ନିଜ ଦେଶରେ ପାଳୁଥିବା ଆତଙ୍କବାଦୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ଏବଂ ନିୟନ୍ତ୍ରଣରେଖାରେ ପ୍ରବେଶ ସହାୟତାକୁ ବନ୍ଦ କରୁ ବୋଲି ରୋକ୍ ଠୋକ୍ ଶୁଣାଇଛି ଆମେରିକା। ଆମେରିକା ହାଉସ୍ ଫରେନ୍ ଆଫେୟାର୍ସ କମିଟୀ ଓ ସିନେଟ୍ ଫରେନ୍ ରିଲେସନ୍ କମିଟୀ ମିଳିତ ଭାବେ ଏକ ବିବୃତିରେ ଏହା ପ୍ରକାଶ କରିଛନ୍ତି। ବିବୃତିରେ ଭାରତ ପ୍ରତି ମଧ୍ୟ ଏହାକୁ କୁହାଯାଇଛି ଯେ, ଗଣତନ୍ତ୍ର ରେ ପାରଦର୍ଶିତା ଓ ରାଜନୈତିକ ସହଭାଗିତା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଅଟେ।ଆଶା ଯେ,ଭାରତ ସରକାର ଏ ଦିଗ ପ୍ର ତି ଧ୍ୟାନ ଦେବେ।

Loading…