କେନ୍ଦୁଝରରେ ଏମିତି ଚାଲିଛି ଗ୍ରାମ୍ୟ ସଡ଼କ ଯୋଜନା

କେନ୍ଦୁଝର, ତା୭ ଅଗଷ୍ଟ(ହଲଚଲ୍ ନ୍ୟୁଜ୍/ହିମାଂଶୁ ଶେଖର ଦାସ) କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ଵଉଳମାଳ ଗ୍ରାମର ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛିା ଗ୍ରାମ ପାର୍ଶ ଦେଇ ଯାଇଛି ପ୍ରଧାନମନ୍ତ୍ରୀ ସଡ଼କ, ଗ୍ରାମରେ ବସବାସ କରୁଥିବା ୨୩୦ ପରିବାର, ପିଲାମାନେ ପାଠ ପଢିବା ପାଇଁ ଅଙ୍ଗନବାଡି କେନ୍ଦ୍ର ଠାରୁ ଆରମ୍ଭ କରି ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ କୁ ଯିବାପାଇଁ ଅନେକ ସମସ୍ୟା ଭଗୁଛନ୍ତିା ଵଉଳମାଳ ଗ୍ରାମରେ ବର୍ଷା ଦିନରେ ରାସ୍ତାଗୁଡିକର ଅବସ୍ଥା ଶୋଚନୀୟ ହୋଇପଡୁଛି ବର୍ଷା ଅଭାବରୁ ଗାଁ ଚାଷ ଜମିରେ ପାଣି ନାହିଁ, ଲୋକେ ଚାଷ କରିପାରୁନାହାନ୍ତି କିନ୍ତୁ ସାମାନ୍ୟ ବର୍ଷା ରେ ବି ରାସ୍ତାରେ ପାଣି ଜମୁଛି, ରାସ୍ତା ସାରା ଖାଲ ପଳାଶପଙ୍ଗା ରୁ ହାଣ୍ଡିଭଙ୍ଗା ପର୍ଯ୍ୟନ୍ତ ଗାଁ ଦେଇ ଯାଇଥିବା ପ୍ରଧାନମନ୍ତ୍ରୀ ସଡକ ପାର୍ଶ୍ୱରୁ ଵଉଳମାଳ ଓ ସୁନାପସି ମଧ୍ୟ ଦେଇ ସୁନାପସି ହାଟପଦା ପାଖରେ ହାଣ୍ଡିଭଙ୍ଗା-ପଦ୍ମପୁର ପ୍ରଧାନମନ୍ତ୍ରୀ ରାସ୍ତା କୁ ସଂଯୋଗ କରୁଥିବା ୩ କି.ମି. ରାସ୍ତା ର ଅବସ୍ଥା ଶୋଚନୀୟ ହୋଇପଡିଛିା ଏହା ବ୍ୟତୀତ ଗାଁ ମଧ୍ୟରେ ସାହି ରୁ ସାହି କୁ ସଂଯୋଗ କରୁଥିବା ଗୌଡ ସାହି ରୁ ପାତ୍ର ସାହି, ଜଡ଼ି ଗଛ ମୂଳରୁ ଜେନା ସାହି, ନାୟକ ସାହିରୁ ପାତ୍ର ସାହି ପର୍ଯ୍ୟନ୍ତ ଏବଂ ମୁଖ୍ୟ ରାସ୍ତା ରୁ ନାୟକ ସାହି ଓ ମଶାଣିପଦା ରୁ ବାଲି ସାହି ପର୍ଯ୍ୟନ୍ତ ସମସ୍ତ ରାସ୍ତା ଦୟନୀୟ ହୋଇପଡିଛି ତେବେ ଚ଼ଲାପଥ କୁ ଏହାକୁ ଦୃଷ୍ଟି ରେ ରଖି ପଞ୍ଚାୟତ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଁ ମଧ୍ୟରେ କଂକ୍ରିଟ ରାସ୍ତା ନିର୍ମାଣ ସାଙ୍ଗକୁ ଵଉଳମାଳ ମୁଖ୍ୟ ରାସ୍ତା ରୁ ସୁନାପସି ହାଟପଦା ପର୍ଯ୍ୟନ୍ତ ରାସ୍ତାକୁ ଉନ୍ନତମାନର ରାସ୍ତା ନିର୍ମାଣ କରିବାକୁ ସାଧାରଣରେ ଦାବି ଜୋର ଧରିଛି।

Loading…