ଆସନ୍ତୁ ପ୍ରସ୍ତୁତ କରିବା ମସରୁମ୍ କଟଲେଟ୍

ଆବଶ୍ୟକ ସାମଗ୍ରୀ:୪୦୦ଗ୍ରାମ ମସରୁମ, ୧ କପ୍ ପିଆଜ (କଟା ହୋଇଥିବା), ୨ ଟେବୁଲ ଚାମଚ ତେଲ, ୧ ଟେବୁଲ ଚାମଚ ଜିରା, ୨ ଟେବୁଲ ଚାମଚ ଅଦା, ଛୋଟ କଟା ହୋଇଥିବା, ୧ କପ୍ ଆଳୁ(ସିଝା ଚକଟା ହୋଇଥିବା), ୨ ଟେବୁଲ ଚାମଚ ଧନିଆ ପାଉଡର, ୨ ଟେବୁଲ ଚାମଚ ଆମଚୁର ପାଉଡର, ୨ ଟେବୁଲ ଚାମଚ କଞ୍ଚା ଲଙ୍କା, ୨ ଅଣ୍ଡା, ୧/୨ କପ୍ ମଇଦା, ବ୍ରେଡ ଗୁଣ୍ଡ, ସ୍ବାଦାନୁସାରେ ଲୁଣ।
ପ୍ରସ୍ତୁତି ପ୍ରଣାଳୀ:

ଗୋଟି ପ୍ୟାନରେ ୨ ବଡ ଚାମଚ ତେଲ ଗରମ କରନ୍ତୁ, ଏଥିରେ ଜିରା ଏବଂ ଅଦା ପକାନ୍ତୁ। ଏହାକୁ ସାମାନ୍ୟ ଫ୍ରାଇ କରନ୍ତୁ ଏବଂ ଏଥିରେ ମସରୁମ ପକାନ୍ତୁ। ବର୍ତ୍ତମାନ ଏଥିରେ ସାମାନ୍ୟ ତେଲ ପକାନ୍ତୁ। ଯେତେବେଳେ ଏହା ଥଣ୍ଡା ହୋଇଯିବ ଏଥିରେ ଆଳୁ ମିଶାନ୍ତୁ। ଏଥିରେ କଟଲେଟର ଆକାର ଦେଇଦିଅନ୍ତୁ। ଏହାପରେ ମଇଦା ପକାନ୍ତୁ ଏହାପରେ ଅଣ୍ଡାରେ ବୁଡାନ୍ତୁ। ଏହାପରେ ବ୍ରେଡ ଗୁଣ୍ଡରେ ବୁଡାଇ ତେଲରେ ଛାଣନ୍ତୁ। ଏହା ଭଲଭାବେ ଫ୍ରାଇ ହୋଇଗଲା ପରେ ଏହାକୁ ବାହାରକୁ ବାହାର କରି ସର୍ଭ କରନ୍ତୁ।

Loading…