ପଶ୍ଚିମ ଓଡ଼ିଶାର ଗଣ ପର୍ବ ‘ନୂଆଖାଇ’ ନିମନ୍ତେ ଲଗ୍ନ ଧାର୍ଯ୍ୟ

ବଲାଙ୍ଗୀର,(ସନ୍ତୋଷ ନାୟକ)-:ପଶ୍ଚିମ ଓଡ଼ିଶାର ଗଣ ପର୍ବ ‘ନୂଆଖାଇ’ ନିମନ୍ତେ ଲଗ୍ନ ଧାର୍ଯ୍ୟ କରାଯାଇଛି। ଏହି ଗଣପର୍ବ ନୂଆଁଖାଇ ନେଇ ବଲାଙ୍ଗୀର ଜିଲ୍ଲା ଜ୍ୟୋତିଷ ପଣ୍ଡିତ ମହାସଭାରେ ଏକ ବୈଠକ ପରେ ବଲାଙ୍ଗୀର ଶୈଳଶ୍ରୀ ପ୍ୟାଲେସ ର ରାଜ ପୁରୋହିତ ଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ବଲାଙ୍ଗୀର ର ଦେବୀ ସମଲେଶ୍ବରୀ ଓ ଦେବୀ ପାଟଣେଶ୍ୱରୀ ଙ୍କ ରାଶି ନକ୍ଷତ୍ର ଅନୁଯାୟୀ ଏହି ନୂଆଁଖାଇ ପର୍ଵ ର ତିଥି ଧାର୍ଯ୍ୟ କରାଯାଇଥାଏ। ଆସନ୍ତା ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି  ତା ୦୩.୦୯.୨୦୧୯ରିଖ ମଙ୍ଗଳବାର ବିଶୁଦ୍ଧ ତୁଳା,ମିଥୁନ ଲଗ୍ନ ଅମୃତ ବେଳା ସକାଳ ୮ ଘଣ୍ଟା୫୦ମିନିଟ ଠାରୁ ୧୦ ଘଣ୍ଟା ୩୮ ମିନିଟ ମଧ୍ୟରେ ନବାନ୍ନ ଲାଗି ସମୟ ଧାର୍ଯ୍ୟ କରାଯାଇଛି। ଏହି ଦିନ ପ୍ରଥମେ ଏହି ଇଷ୍ଟ ଦେବୀ ମଁ। ସମଲେଶ୍ବରୀ ଓ ମଁ। ପାଟଣେଶ୍ୱରୀ ଙ୍କ ନିକଟରେ ନବାନ୍ନ ଲାଗିବା ପରେ ସମସ୍ତେ ପର୍ବ ପାଳନ କରିବେ।

Loading…