ଓଡ଼ିଆ ଫିଲ୍ମ ରେ ସାହାରପଡା ର ହିରୋ : ଟିକ୍ ଟକ୍ ଭିଡିଓ ଆଣିଲା ଫିଲ୍ମ ଜଗତକୁ

କେନ୍ଦୁଝର,୧/୮ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସାହାରପଡା ବ୍ଲକ ଖାଜିରାପାଟ ପଞ୍ଚାୟତ ର ପଡ଼ିଆପଶି ଗ୍ରାମର ରାଜ୍ ପଣ୍ଡା ଙ୍କ ଏଣ୍ଟ୍ରି ହୋଇଛନ୍ତି। ଆଗାମୀ ଦୁର୍ଗାପୂଜାରେ ରିଲିଜ ହେବାକୁ ଯାଉଥିବା “ତୋ ପ୍ରେମରେ ମୁଁ ହିଁ ମୁଁ” ଫିଲ୍ମରେ ରେ ହିରୋ ଭୂମିକାରେ ଅଭିନୟ କରିବା ର ସୁଯୋଗ ପାଇଛନ୍ତି। ସେ କରିଥିବା ବିଭିନ୍ନ ଟିକ୍ ଟକ୍ ଭିଡିଓ କୁ ଦେଖି ଫିଲ୍ମ ପ୍ରଡ୍ୟୁସର ରବିନାରାୟଣ ପଣ୍ଡା ତାଙ୍କୁ ଏହି ସୁଯୋଗ ଦେଇଛନ୍ତି। ଗତ ୨୬ ତାରିଖରେ ଭୁବନେଶ୍ୱର ସ୍ଥିତ ଏକ ହୋଟେଲ ରେ ଏହି ଫିଲ୍ମର ଶୁଭାରମ୍ଭ ହୋଇଛି। ଶ୍ରୀ ରାଜ୍ ସେନାବାହିନୀ ରେ କାର୍ଯ୍ୟ କରୁଥିବା ବେଳେ ତାଙ୍କର ଟିକ୍ ଟକ୍ ଭିଡିଓ ପାଇଁ ସେ ଫିଲ୍ମରେ ଅଭିନୟ କରିବାର ସୁଯୋଗ ପାଇଥିବା କହିଛନ୍ତି।ସେ ଫିଲ୍ମରେ ରେ ପ୍ରଥମ ଥର ଅଭିନୟ କରିବା ଜାଣି ସହପାଠୀ, ସହକର୍ମୀ ଓ ଗ୍ରାମରେ ଖୁସିର ଲହରୀ ଖେଳିଯାଇଛି। ଆଗରୁ ସାହାରପଡା ବ୍ଲକ ଅଞ୍ଚଳରୁ ରାଇମୋହନ ପରିଡା ସିନେ ଜଗତରେ ଥିବାବେଳେ ରାଜ୍ ପ୍ରଥମ ଥର ପାଇଁ ଫିଲ୍ମରେ ଅଭିନୟ କରିବାର ସୁଯୋଗ ପାଇଥିବାରୁ ସାରା ଅଞ୍ଚଳ ତଥା କେନ୍ଦୁଝର ଜିଲ୍ଲା ବାସୀ ଖୁସି ପ୍ରକଟ କରିଛନ୍ତି।ଆଗାମୀ ଦିନରେ ତାଙ୍କ ନିଖୁଣ ଅଭିନୟ ଦର୍ଶକ ଙ୍କ ମନ କିଣିନେବ ବୋଲି ଅଞ୍ଚଳ ବାସୀ ଆଶା ପ୍ରକଟ କରିଛନ୍ତି।

Loading…