ବାଗଡିହି:ବ୍ୟବସାୟୀଙ୍କ ଘରୁ ଡକାୟତି,ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଲେ !!

ଝାରସୁଗୁଡା : ଗାନ୍ଧିରାମ ବେହେରା (ହଲଚଲ୍ ନ୍ୟୁଜ୍)
ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ ଅନ୍ତର୍ଗତ ବାଗଡ଼ିହିରେ ବଡ ଧରଣର ଡକାୟତି ହୋଇଛି । ବାଗଡ଼ିହିରେ ରହୁଥିବା ଶ୍ୟାମଲାଲ ଅଗ୍ରୱାଲ ଙ୍କ ଘରେ ରାତ୍ରି ୩: ୩୦ ରୁ ୪: ୦୦ ଘଣ୍ଟା ସମୟରେ ୧୨ଜଣ ଦୁର୍ବୁର୍ତ୍ତ ଆସି ପରିବାର ର ସମସ୍ତଙ୍କୁ ବାନ୍ଧି ଦେଇ ସୁନାଗହଣା ଓ ଟଙ୍କା ଲୁଟିନେଇ ଫେରାର ହୋଇଯାଇଛନ୍ତି । ଲୁଟିଥିବା ସୁନାଗହଣା ଓ ଟଙ୍କାର ମୂଲ୍ୟ ପ୍ରାୟ ୫ ରୁ ୭ ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ ଯେ ରାତି ପ୍ରାୟ ୩: ୩୦ ରୁ ୪: ୦୦ ମଧ୍ୟରେ ୧୨ ଜଣ ମୁଖାପିନ୍ଧା ଡକାୟତ ଶ୍ୟାମଲାଲ୍‌ ଅଗ୍ରଓ୍ଵାଲ୍‌ ନାମକ ବ୍ୟବସାୟୀଙ୍କ ଘର ପଛପଟେ ଥିବା ଠାକୁରଘର ଝରକାର ଗ୍ରିଲ୍‌ ଖୋଲି ଭିତରକୁ ପଶିଥିଲେ। ବେଡ୍‌ରୁମ୍‌ କବାଟର ତାଲା ଭାଙ୍ଗି ସେମାନେ ଶ୍ୟାମଲାଲ୍‌ ଏବଂ ତାଙ୍କ ପତ୍ନୀ ମଞ୍ଜୁଙ୍କୁ ଡରାଇ ତାଙ୍କ ଠାରୁ ଷ୍ଟିଲ୍‌ ଆଲମାରି ଚାବି ନେଇ ଯାଇଥିଲେ । ସେଥିରେ ଆଲମିରାର ଲକର ଖୋଲି ଡକାୟତମାନେ ସୁନା ଓ ରୁପା ଗହଣା ସହ କିଛି ରୁପା ମୁଦ୍ରା ମଧ୍ୟ ନେଇ ଯାଇଥିଲେ । ବାର ଜଣ ଡକାୟତଙ୍କ ବୟସ ୨୦ ରୁ ୨୫ ବର୍ଷ ମଧ୍ୟରେ ହେବ । ଚଡ଼ି ଓ ଗଞ୍ଜି ପରିହିତ ସେ ଡକାୟତ ମାନେ ପିନ୍ଧା ଚପଲକୁ ଅଣ୍ଟାରେ ବାନ୍ଧିଥିଲେ ଏବଂ ଝାଡ଼ଖଣ୍ଡୀ ଓ ଗୁଜରାତୀ ଭାଷାରେ କଥାବାର୍ତ୍ତା ହେଉଥିଲେ ବୋଲି ଶ୍ୟାମଲାଲ୍‌ କହିଛନ୍ତି । ସେମାନେ ଘର ଭିତରେ ପ୍ରାୟ ଅଧ ଘଣ୍ଟାଏ ରହି ବିଭିନ୍ନ ସ୍ଥାନରେ ଉଣ୍ଡଳା ଉଣ୍ଡୁଳି କରିଥିଲେ ଓ ଯିବା ସମୟରେ ଗୋଟାଏ ଶାଢ଼ି ଚିରି ସେଥିରେ ପତିପତ୍ନୀଙ୍କ ଗୋଡ଼ହାତ ବାନ୍ଧି ପକାଇ ପଳାଇ ଯାଇଥିଲେ । ଘରର ହତା ମଧ୍ୟରେ ଥିବା ୩ଟି ମଟରସାଇକେଲ୍‌କୁ ମଧ୍ୟ ସେମାନେ ଉଠାଇ ପାଚେରି ଆରପଟକୁ ଫିଙ୍ଗି ଦେଇଥିଲେ । ଡକାୟତମାନେ ୮ଟି ସୁନାମୁଦି, ଗୋଟିଏ ସୁନା ବ୍ରେସ୍‌ଲେଟ୍‌, ୩ଟି ସୁନା ଚେନ୍‌, ୨ଟି ସୁନା ଚୁଡ଼ି, ୪ ହଳ ସୁନା କାନଫୁଲ, ୨୦୦ ରୁପା ମୁଦ୍ରା ଏବଂ ଗୋଟିଏ ମୋବାଇଲ୍‌ ଫୋନ୍‌ ନେଇ ଯାଇଛନ୍ତି । ବାଗଡ଼ିହି ଫାଣ୍ଡି ଅଧିକାରୀ ସୁରେଶ ଭଇଁସାଲ ଏବଂ ଲଇକେରା ଥାନାଧିକାରୀ ବିଶ୍ୱପତି ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସେମାନଙ୍କ ସହ ଝାରସୁଗୁଡ଼ାରୁ ଆସିଥିବା ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ଯୋଗଦେଇ ତଦନ୍ତ କରୁଛନ୍ତି ।

loading…


Loading…