କାଷ୍ଟିଂ କାଉଚର ଶିକାର ହୋଇଥିଲେ ଅଭିନେତ୍ରୀ ଅଦିତି ରାଓ

ମୁମ୍ବାଇ: ବଲିଉଡରେ ଏବେ ଜଣକ ପରେ ଜଣେ ନାୟିକା କାଷ୍ଟିଂ କାଉଚ ନେଇ ମୁହଁ ଖୋଲିବାରେ ଲାଗିଛନ୍ତି । ଏବେ

ନିଜେ ଏହାର ଶିକାର ହୋଇଥିବା ନେଇ ଖୁଲାସା କରିଛନ୍ତି । ପୂର୍ବରୁ ଅଭିନେତ୍ରୀ ସ୍ୱରା ଭାସ୍କର, ସରୋଜ ଖାନ, ଦିବ୍ୟାଙ୍କା ତ୍ରିପାଠୀ ପ୍ରମୁଖ କାଷ୍ଟିଂ କାଉଚର ଶିକାର ହୋଇଥିବା ବିଷୟରେ ଉଲ୍ଲେଖ କରିଥିଲେ । ଯାହାକୁ ନେଇ ବଲିଉଡଠୁ ଆରମ୍ଭ କରି ବିଭିନ୍ନ ମହଲରେ ଜୋରଦାର ଚର୍ଚ୍ଚା ହୋଇଥିଲା । ଏହି ଚର୍ଚ୍ଚା ନଥମୁଣୁ ବଲିଉଡ ବିରୋଧରେ ଆଉ ଏକ କଳଙ୍କ ଯୋଡ଼ି ହୋଇଯାଇଛି । ନିଜେ ଅଭିନେତ୍ରୀ ଅଦିତି ତାଙ୍କ କାଷ୍ଟିଂ କାଉଚ ସଂପର୍କରେ ବୟାନ କରିଛନ୍ତି । ନିକଟରେ ସଞ୍ଜୟ ଲୀଳା ବନସାଲୀଙ୍କ ଫିଲ୍ମ ପଦ୍ମାବତରେ ଅଭିନେତ୍ରୀ ଭୂମିକାରେ ଆସି ଅଦିତି ରାଓ ହେଦରୀ ବେଶ ସଫଳତା ଲାଭ କରିଛନ୍ତି । ଏହି ଚଳଚ୍ଚିତ୍ରରେ ମେହରୁନିସା ଭୂମିକାରେ ସେ ଅଭିନୟ କରିଥିଲେ । ଏବେ ଅଦିତି ମଣିରତ୍ନମଙ୍କର ଏକ ଚଳଚ୍ଚିତ୍ରରେ ଅଭିନୟ କରୁଛନ୍ତି । ପ୍ରାୟ ୭ବର୍ଷ ହେଲା ସେ ଫିଲ୍ମ ଇଣ୍ଡଷ୍ଟ୍ରିଜକୁ ପସି ଅଭିନେତ୍ରୀ ଭାବେ କାର୍ଯ୍ୟ କରି ଚାଲିଛନ୍ତି । ହେଲେ ବଲିଉଡରେ ପସିବା ପରଠାରୁ ତାଙ୍କର ଏହି ଯାତ୍ରା ସରଳ ନଥିଲା । ଏହି ପରିସ୍ଥିତି ଦେଇ ସେ ନିଜେ ଯାଇଥିବା କହିଛନ୍ତି । ସେ କାଷ୍ଟିଂ କାଉଚର ଶିକାର ହୋଇଥିବା ନେଇ ନିଜେ ଖୁଲାସା କରିଛନ୍ତି । ଏହି କାଷ୍ଟିଂ କାଉଚ କାରଣରୁ ତାଙ୍କୁ ବହୁ ଚଳଚ୍ଚିତ୍ର ହାତଛଡ଼ା କରିବାକୁ ପଡିଥିଲା ବୋଲି ସେ କହିଛନ୍ତି ।
ସେ କହିଛନ୍ତି ୨୦୧୩ ତାଙ୍କ ପାଇଁ ସବୁଠୁ ଅଧିକ ଯନ୍ତ୍ରଣାଦାୟକ ଥିଲା । ଏପରି ଷ୍ଟ୍ରଗଲ ସମୟରେ ସେ ନିଜ ପିତାଙ୍କୁ ହରାଇଥିଲେ । ତେବେ ୮ମାସ ପରେ ତାଙ୍କୁ ଫିଲ୍ମ ମିଳିଥିଲା । ଏହାପରେ ସବୁକିଛି ଠିକ ହେବା ଆରମ୍ଭ ହେଲା । ତେବେ ବେଳେ ବେଳେ କିଛିଟା ବୁଝାମଣା କରିବାକୁ ପଡିଥାଏ ବୋଲି ସେ କହିଛନ୍ତି । ଅଦିତି ଟଲିଉଡ ଫିଲ୍ମ ଶରୀନଗରମରୁ ନିଜର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ବଲିଉଡରେ ୟେ ସାଲୀ ଜିନ୍ଦେଗୀ ଜରିଆରେ ସେ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ । କାଷ୍ଟିଂ କାଉଚ ସଂପର୍କରେ କିଛି ଦିନ ହେବ ଅଭିନେତ୍ରୀମାନେ ଭିନ୍ନ ଭିନ୍ନ ବୟାନ ଦେବା ପରେ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିଲାବେଳେ ଏବେ ଅଦିତିଙ୍କ ବୟାନ ଅଧିକ ବିବାଦୀୟ ହୋଇଛି । ଏହାକୁ ନେଇ ବଲିଉଡ ଜଗତରେ ବେଶ ହଇଚଇ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *