ଭୂଷଣ ପାୱର ଆଣ୍ଡ ଷ୍ଟିଲ୍ ବିରୁଦ୍ଧରେ ସିବିଆଇ ର ଏଲ୍ ଓ ସି ଜାରୀ

ନୂଆଦିଲ୍ଲୀ : କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଭୂଷଣ ପାଓ୍ଵାର ଆଣ୍ଡ ଷ୍ଟିଲ୍ ଲିମିଟେଡର ଅଧ୍ୟକ୍ଷ ସଂଜୟ ସିଂଘଲ ଏବଂ ତାଙ୍କର ପତ୍ନୀ ଆରତୀଙ୍କ ବିରୁଦ୍ଧରେ ୨୩୪୮ କୋଟି ଟଙ୍କାର ଋଣ ଠକେଇ ମାମାଲାରେ ‘ଲୁକ୍‌ ଆଉଟ୍‌’ ସକ୍ୟୁଲାର (ଏଲଓସି) ଜାରି କରିଛି। ଆରତୀ କଂପାନୀର ଉପାଧ୍ୟକ୍ଷ ଅଟନ୍ତି। ଜାତୀୟ ଗଣମାଧ୍ୟମକୁ ବୁଧବାର ମିଳିଥିବା ସୂଚନା ଅନୁସାରେ ଏଲଓସି ନିକଟରେ ଜାରି କରାଯାଇଛି। ଯାହା ଫଳରେ ବିନା ଅନୁମତିରେ ଦେଶ ବାହାରକୁ ଯିବା ବେଳେ ଅଟକାଯାଇ ପାରିବ।

ସରକାରୀ ସଂସ୍ଥା ଏଲଓସି କୌଣସି ବ୍ୟକ୍ତି ଉପରେ ନଜର ରଖିବାକୁ ଜାରି କରିଥାଏ। ଯଦି ସିଂଘଲ ଏବଂ ତାଙ୍କର ପତ୍ନୀ ଦେଶରୁ ବାହାରି ଯିବାକୁ ଉଦ୍ୟମ କରିଥାନ୍ତି, ତା’ହେଲେ ସମସ୍ତ ବିମାନ ବନ୍ଦରରେ ଆବ୍ରଜନ ଅଧିକାରୀ ତଥା ଦେଶବ୍ୟାପୀ ବାହାର ଯିବା-ଆସିବା ମାର୍ଗରେ ମୁତୟନ ହୋଇଥିବା ଅଧିକାରୀଙ୍କୁ ଏବାବାଦରେ ସୂଚନା ସିବିଆଇକୁ ଦେବାକୁ ପଡ଼ିବ।

ସିବିଆଇ ସିଂଘଲ ଏବଂ ଅନ୍ୟ କମ୍ପାନୀ ବିରୋଧରେ ୨୩୪୮ କୋଟି ଠକେଇ ମାମଲା ରାଜୁ କରି ଏପ୍ରିଲ ୬ରେ କଂପାନୀ ସହିତ ଜଡ଼ିତ ୧୮ ଗନ୍ତବ୍ୟ ସ୍ଥଳରେ ଚଢ଼ାଉ କରିଥିଲା। ସିବିଆଇ କହିଥିଲା କମ୍ପାନୀ ୨୦୦୭ ରୁ ୨୦୧୪ ମଧ୍ୟରେ ୩୩ ବ୍ୟାଙ୍କ ଏବଂ ବିତ୍ତିୟ ସଂସ୍ଥା ସହିତ ୪୭ ହଜାର ୨୦୪ କୋଟି ଟଙ୍କା ଋଣ ନେଇଥିଲା।