କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନୀ ପ୍ରଚାର ରେ ରୋକ୍ ପାଇଁ ନିର୍ବାଚନ କମିଶନରଙ୍କ ଠାରେ ବିଜେଡି ର ଦାବୀ !

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିର୍ବାଚନ ପ୍ରଚାରକାର୍ଯ୍ୟରେ ରୋକ ଲଗାଇବାକୁ ପୁଣି ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ନିକଟରେ ବିଜେଡି ଫେରାଦ ହୋଇଛି । କେନ୍ଦ୍ରମନ୍ତ୍ରୀ ବାରମ୍ବାର ନିର୍ବାଚନୀ ଆଚରଣ ବିଧି ଉଲ୍ଲଂଘନ କରୁଥିବା ଅଭିଯୋଗରେ ସିଇଓଙ୍କୁ ଫେରାଦ ହୋଇଛନ୍ତି ବିଜେଡି ପ୍ରତିନିଧି ଦଳ । ବିଜେଡି ଅଭିଯୋଗ କରିଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୋଲିଂ ବୁଥରେ ଭୋଟରଙ୍କୁ ପ୍ରବର୍ତ୍ତାଇଛନ୍ତି, ତେଣୁ ଧର୍ମେନ୍ଦ୍ରଙ୍କୁ ପ୍ରଚାର କାର୍ଯ୍ୟରେ ୭ ଦିନ ପର୍ଯ୍ୟନ୍ତ ବ୍ୟାନ୍ କରିବାକୁ ସିଇଓଙ୍କ ନିକଟରେ ବିଜେଡି ଦାବି କରିଛନ୍ତି ।
ଅଭିଯୋଗରେ ଦର୍ଶାଯାଇଛି ତୃତୀୟ ପର୍ଯ୍ୟାୟ ମତଦାନ ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୋଟ୍ ଦେବାପରେ ଗଣମାଧ୍ୟକୁ ପ୍ରତିକ୍ରିୟା ରଖି ବିଜେପି ପ୍ରଚାର କରିଥିଲେ । ଏହା ମଧ୍ୟ ଏକ ନିର୍ଦ୍ଦିଷ୍ଟ ଚ୍ୟାନେଲରେ ପ୍ରସାରିତ ହୋଇଛି । ତେଣୁ ଯେତେବେଳେ ନିର୍ବାଚନୀ ସମୟରେ ଓଡ଼ିଶାରେ ଆଚରଣ ବିଧି ଲାଗୁ ରହିଛି ତାହାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର ଖୋଲା ଖୋଲି ଉଲ୍ଲଘଂନ କରୁଛନ୍ତି । ତେଣୁ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସିଇଓଙ୍କୁ ନିକଟରେ ଫେରାଦ ହୋଇ ବିଜେଡି ଦାବି ରଖିଛି ।
ଏପରିକି ପୂର୍ବରୁ ମଧ୍ୟ ଧର୍ମେନ୍ଦ୍ରଙ୍କ ନାଁରେ ଆଚରଣ ବିଧି ଉଲ୍ଲଘଂନ ଯଥା , ଫ୍ଲାଇଂ ସ୍କ୍ୱାର୍ଡ଼ ଅଧିକାରୀଙ୍କ କାର୍ଯ୍ୟରେ ବାଧା ଦେବା ଘଟଣା ଭଳି ଅନେକ ଅଭିଯୋଗ ହୋଇଥିଲେ ମଧ୍ୟ ତାହାର ତଦନ୍ତ ହେଉନାହିଁ କି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ତେବେ ଖୋଲାଖୋଲି ନିର୍ବାଚନୀ ଆଚରଣ ବିଧି ଉଲ୍ଲଂଘନ କରୁଥିବା କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଯଦି କାର୍ଯ୍ୟାନୁଷ୍ଠାନ ନହୁଏ ତାହା ନିର୍ବରଚନ କମିଶନଙ୍କ ସ୍ୱଚ୍ଛ ଓ ଶୃଙ୍ଖଳିତ ନିର୍ବଚନୀ ନୀତି ଉପରେ ପ୍ରଶ୍ନ ଛିଡ଼ା କରିବ ବୋଲି ବିଜେଡି ପ୍ରତିନିଧି ଦଳ ସିଇଓଙ୍କୁ ଅବଗତ କରିଛି ।