ଭୋଟ ବର୍ଜନ କଲେ ବାଂଶପାଳ ବ୍ଳକର ଧଳାଡ଼ିହି ଗ୍ରାମବାସୀ

କେନ୍ଦୁଝର,ତା ୨୪ ଅପ୍ରେଲ(ହଲଚଲ୍ ନ୍ୟୁଜ୍/ହିମାଂଶୁ ଶେଖର ଦାସ) କେନ୍ଦୁଝର ଜିଲ୍ଲା ବାଶଂପାଳ ବ୍ଳକ ତେଲକୋଇ ନିର୍ବାଚନ ମଣ୍ଡଳୀର ଧଳାଡ଼ିହି ଗ୍ରାମବାସୀ ଭୋଟ ବର୍ଜନ କରିଥିବାର ଜଣାପଡିଛି । ଖବର ଅନୁଯାୟୀ ସ୍ଵାଧନତାର ୭୨ ବର୍ଷ ପରେବି ଗ୍ରାମକୁ ରାସ୍ତା, ପିଇବା ପାଣି, ଶିକ୍ଷା ଭଳି ଅନେକ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି । ଗ୍ରାମବାସୀଙ୍କ କହିବା ଅନୁସାରେ ପ୍ରତ୍ୟେକ ନିର୍ବାଚନ ସମୟରେ ଗ୍ରାମକୁ ବାରମ୍ବାର ବିଜେଡି ନେତାମାନେ ଆସି ଅନେକ ପ୍ରକାର ପ୍ରଲୋଭନ ଦେଖାଇ ଭୋଟ ହାତେଇ ନିଅନ୍ତି । ହେଲେ ୨୦ବର୍ଷ ବର୍ଷ ଶାସନ ପରେବି ଏହି ଗ୍ରାମକୁ କୌଣସି ମୌଳିକ ସୁବିଧା ଯୋଗାଇ ଦେଇନାହାନ୍ତି । ତେଣୁ ଆମ ଗ୍ରାମର ୫୬୫ ଜଣ ଭୋଟର ନିସ୍ପତି ନେଇଛନ୍ତି ଭୋଟ ବର୍ଜନ କରିବାକୁ ବୋଲି ସୂଚନା ଦେଇଛନ୍ତି । ଏଥିସହ ଉକ୍ତ ମତଦାନ କେନ୍ଦ୍ରକୁ ଜଣେ ହେଲେବି ଭୋଟର ନିଜ ନିଜର ମୂଲ୍ୟବାନ ଭୋଟ ଦେବାକୁ ଯାଇନଥିବାର ଜଣାଯାଇଛି ।