ରାଜଗାଙ୍ଗପୁର:ଅଜଣା ଗାଡି ଧକ୍କାରେ ୨ ସାଙ୍ଗ ଙ୍କ ମୃତ୍ୟୁ

ରାଜଗାଙ୍ଗପୁର (ପ୍ରଶାନ୍ତ ସାହୁ /ହଲଚଲ୍ ନିଉଜ୍) ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ମାଣ୍ଡିଆକୁଦର ଓ ଚୁଂଗିମାଟି ମଝିରେ 10 ନମ୍ବର ରାଜ୍ୟ ରାଜପଥ ଉପରେ ଗତ ରାତି ପ୍ରାୟ 11 ଟା ସମୟରେ ଏକ ଅଜଣା ଗାଡି ଧକ୍କାରେ ରବି ବିଶ୍ବକର୍ମା ଓ ବିପିନ ଏକ୍କା ନାମକ 2 ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ଘଟଣାରୁ ଜଣାପଡିଛି ଯେ ବେଲଡିହି ଗ୍ରାମର 22 ବର୍ଷିୟ ଯୁବକ ରବି ବିଶ୍ବକର୍ମା ଓ କୁଆଁରମୁଣ୍ଡା ତିଲେଇପୋଷ ଗ୍ରାମର 23 ବର୍ଷିୟ  ବିପିନ ଏକ୍କା ନାମକ 2 ସାଙ୍ଗ ଏକ ସ୍କୁଟି ଓଡି14ଆର୍ 6841 ଯୋଗେ ଝଗରପୁରକୁ ଯାଉଥିବା ବେଳେ ଏକ ଅଜଣା ଗାଡି ଧକ୍କା ଦେଇଥିଲା। ଉଭୟଙ୍କୁ ରାଜଗାଙ୍ଗପୁର ସରକାରୀ ଚିକିତ୍ସାଳୟକୁ ଅଣାଯାଇଥିବା ବେଳେ ସେଠାରେ ଉଭୟଙ୍କୁ ମୃତ ଘୋଷଣା କରାଯାଇଥିଲା। ପୁଲିସ ଦୁର୍ଘଟଣା ନେଇ ତଦନ୍ତ କରୁଛି।