ଲଇକେରା ପୋଲିସ ପକ୍ଷରୁ ଭାତଲଇଡ଼ା, ଝିର୍ଲାପାଳି, ସାହାସପୁର ଓ ଲଇକେରା ଗ୍ରାମରେ ଫ୍ଲାଗ୍ ମାର୍ଚ୍ଚ 

ଝାରସୁଗୁଡା : ଗାନ୍ଧିରାମ ବେହେରା (ହଲଚଲ ନ୍ୟୁଜ)
ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକର ଭାତଲଇଡ଼ା, ଝିର୍ଲାପାଳି, ସାହାସପୁର ଓ ଲଇକେରା ଗ୍ରାମରେ ଲଇକେରା ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି । ନିିର୍ବାଚନ ପାଇଁ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ଶେଷ କରିବା ପାଇଁ ସୋମବାର ଅପରାହ୍ନରେ ଲଇକେରା ଥାନା ପୋଲିସ ପକ୍ଷରୁ ଭାତଲଇଡ଼ା, ଝିର୍ଲାପାଳି, ସାହାସପୁର ଓ ଲଇକେରା ଗ୍ରାମରେ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଛି । ଝାରସୁଗୁଡ଼ା ଏସ୍ଡ଼ିପିଓ କୈଳାଶ ଆଚାର୍ଯ୍ୟ, ଲଇକେରା ଥାନାଧିକାରୀ ବିଶ୍ୱପତି ପଣ୍ଡା, ସମେତ ଥାନାର ସମସ୍ତ କର୍ମଚାରୀ ଓ ୨ ପ୍ଲାଟୁନ ଫୋର୍ସ ଏଥିରେ ସାମିଲ ହୋଇ ଲଇକେରା ଥାନାରୁ ବାହାରି ବିଭିନ୍ନ ଗ୍ରାମକୁ ପରିକ୍ରମା କରିଥିଲେ ।ଆଗାମୀ ସାଧାରଣ ନିର୍ବାଚନରେ ଶାନ୍ତି ଶୃଙ୍ଖଳା  ବଜାୟ ରଖିବା ପାଇଁ ଏହି ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଛି ବୋଲି ଥାନାଧିକାରୀ ବିଶ୍ୱପତି ପଣ୍ଡା ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ।