ଦର୍ଲିପାଲି ଲୋଚନ ହାଇ ସ୍କୁଲରେ ଅଗ୍ନି ସୁରକ୍ଷା ସପ୍ତାହ ପାଳନ.

ଦର୍ଲିପାଲି ଲୋଚନ ହାଇ ସ୍କୁଲରେ ଅଗ୍ନି ସୁରକ୍ଷା ସପ୍ତାହ ପାଳନ.
ଲେଫ୍ରିପଡ଼ା, 15/4, ଲେଫ୍ରିପଡ଼ା ବ୍ଲକ ଅନ୍ତର୍ଗତ ଦର୍ଲିପାଲି ଲୋଚନ ହାଇ ସ୍କୁଲରେ ଅଗ୍ନି ସୁରକ୍ଷା ସପ୍ତାହ ପାଳନ ହେଇଯାଇଛି. ଦର୍ଲିପାଲି ସ୍ଥିତ ସିଆଇଏସଏଫ ର ମୁଖ୍ୟ ଶ୍ରୀ ଆଶିଷ ରଞ୍ଜନ ତିୱାରୀଙ୍କ ପ୍ରତାକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଅଗ୍ନି ସୁରକ୍ଷା ପାଳନ ଦିବସରେ ଉକ୍ତ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ. ଅଗ୍ନି ଦାଉରୁ କିପରି ନିଜକୁ ତଥା ଅନ୍ୟମାନଙ୍କୁ ରକ୍ଷା କରିପାରିବା ସେ ନେଇ ପ୍ରାଞ୍ଜଳ ଭାବେ ବୁଝାଇଥିଲେ. ଏନେଇ ଏକ ସଚେତନତା ଶୋଭାଯାତ୍ରା କରି ସ୍ଥାନୀୟ ଲୋକଙ୍କୁ ଅବଗତ କରାଇଥିଲେ. ଏହି କାର୍ଯ୍ୟକ୍ରମରେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ୱଜିତ ପଟେଲଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ସିଆଇଏସଏଫର ସମସ୍ତ କର୍ମ କର୍ତ୍ତା ଉପସ୍ଥିତ ରହିଥିଲେ.