ଟ୍ରକ ଓ ବାଇକ ମଧ୍ୟରେ ଧକ୍କା,୩ ଗୁରୁତର

କେନ୍ଦୁଝର,(ହଲଚଲ୍ ନ୍ୟୁଜ୍)-ଘଷିପୁରା ଥାନା ଅନ୍ତର୍ଗତ ଗୋହିରା ଛକ ନିକଟରେ ଏକ ହାଇୱା ଟ୍ରକ ଏବଂ ଏକ ବାଇକ ମଧ୍ୟରେ ସାମ୍ନା ସାମ୍ନି ଧକା ହୋଇଥିଲା । ଫଳରେ ବାଇକ ରେ ବସିଥିବା୩ଜଣ ଯୁବକ ଗୁରୁତର ହୋଇ ସେଠାରେ ପଡିଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା କୁ ଅଣାଯାଇଥିଲା।ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ଆସୁ ଚିକିତ୍ସା ପରେ ସେମାନଙ୍କୁ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି।ଯୁବକ ମାନଙ୍କ ପରିଚୟ ମିଳି ନଥିବା ବେଳେ ସେମାନଙ୍କ ଘର ଅନୁଗୁଳ ର ଖମାର ରେ ବୋଲି କୁହାଯାଉଛି।