ଅଂଶୁଘାତରେ ଯୁବକର ମୃତ୍ୟୁ !

କେନ୍ଦୁଝର,(ହଲଚଲ୍ ନ୍ୟୁଜ୍):ଓଡ଼ିଆ ନବ ବର୍ଷ ତଥା ମହାବିଷୁବ ପଣା ସଂକ୍ରାନ୍ତି ରେ ବୈତରଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ।ମହେଶ୍ୱର ନାୟକ ଘରକୁ ଫେରିବା ସମୟରେ ବାଟରେ ମହେଶ୍ୱର ଅଂଶୁଘାତ ରେ ମୃତ୍ୟୁ ହୋଇଥିଲା ବୋଲି ଜଣ ଯାଉଛି।
ଆନନ୍ଦପୁର ଥାନା ଫକୀରପୁର ଗାଁ ରେ ମହେଶ୍ୱର ନାୟକ ଙ୍କର ଅଂଶୁଘାତ ରେ ମୃତ୍ୟୁ ଅଭିଯୋଗ ହୋଇଛି।  ଆନନ୍ଦପୁର ଉପଖଣ୍ଡ ଡାକ୍ତର ଖାନା ଆଣିବା ପରେ ତାଙ୍କୁ ମୃତ ଘୋଷିତ କରିଥିଲେ ଡାକ୍ତର।ଅନ୍ୟପକ୍ଷରେ ତାଙ୍କର ମୃତ୍ୟୁ ଅଂଶୁଘାତ ଯୋଗୁ ହୋଇଛି ବୋଲି ପରିବାର ଲୋକେ ସନ୍ଦେହ କରୁଛନ୍ତି ।