ନବଗ୍ରହ ବିଗ୍ରହ ପ୍ରତିଷ୍ଠା ଏବଂ ଅଷ୍ଟମ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ!

ନବଗ୍ରହ ବିଗ୍ରହ ପ୍ରତିଷ୍ଠା ଏବଂ ଅଷ୍ଟମ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ!ଜଗତସିଂହପୁର. (ହଲ୍ ଚଲ ନ୍ୟୁଜ /ଶୁସାନ୍ତ ମହାନ୍ତି) 14/4.__ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଖାଲଗାଁ ପଞ୍ଚାୟତ ଅଧିନସ୍ଥ ଶୋଭା ଗ୍ରାମ ରେ ଅବସ୍ଥିତ ଶୋବନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ନୂତନ ନବଗ୍ରହ ବିଗ୍ରହ ପ୍ରତିଷ୍ଠା ଓ ଯଜ୍ଞ ଉତ୍ସବ ଅଷ୍ଟମ ପ୍ରହର ନାମଯଜ୍ଞ ମହା ଆଡମ୍ବର ରେ ପାଳିତ ହୋଇଯାଇଛି l 11 ତାରିଖ ରେ ଯଜ୍ଞlଧିବେଶ. 12 ତାରିଖ ଜଳ ଯାତ୍ରା ଓ ନବଗ୍ରହ ବିଗ୍ରହ ମାନଙ୍କ ମହାସ୍ନାନ 13 ତାରିଖ ମନ୍ଦିର ପ୍ରବେଶ ପ୍ରାଣ ପ୍ରତିଷ୍ଠା ପରେ ପୂର୍ଣ୍ଣାହୁତି ସହ ପ୍ରସାଦ ସେବନ କାର୍ଯ୍ୟକ୍ରମ କରାଯାଇଥିଲା l 14 ତାରିଖ ମହା ବିଷୁବ ପଣା ସଂକ୍ରାନ୍ତି ଉପଲକ୍ଷେ ପାଟୁଆ ଯାତ୍ରା ସହ ସନ୍ଧ୍ୟା ସମୟରେ ଦକ୍ଷୀଣି ସଙ୍କୀର୍ତ୍ତନ ସମାରୋହ ଆମନ୍ତ୍ରିତ 15 ଟି ସଙ୍କୀର୍ତ୍ତନ ମଣ୍ଡଳି ଦ୍ଵରା କୀର୍ତନ ପରିବେଷଣ କରାଯାଇଥିଲା l ଏବଂ 15 ତାରିଖ ଦିନ ଅଷ୍ଟମ ପ୍ରହରୀ ନାମ ଯଜ୍ଞ ଓ ପ୍ରସାଦ ସେବନ ସହ 16 ତାରିଖ ଦିନ ମହୋତ୍ସବ ଅନୁଷ୍ଠିତ ହେବ l ପଣା ସଙ୍କ୍ରାନ୍ତି ଉପଲକ୍ଷେ ଶୋବନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆସନ୍ତା 21 ତାରିଖ ଠାରୁ କୋଣାର୍କ ଗଣନାଟ୍ଯ ଦ୍ଵରା ଯାତ୍ରା ପରିବେଷଣ କାର୍ଯ୍ୟକ୍ରମ ର ବ୍ୟବସ୍ଥା କରାଯାଇଛି l ଏ ସମସ୍ତ କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁ ଭକ୍ତ ବୃନ୍ଦ ଦର୍ଶକ ବନ୍ଧୁ ମାନେ ଯୋଗଦାନ କରିବାକୁ ମନ୍ଦିର ପରିଚାଳନା କମିଟି ଏବଂ ଗ୍ରାମ ବାସୀ ମାନଙ୍କ ତରଫରୁ ନିବେଦନ କରାଯାଇଛି l