ପ୍ରତ୍ୟେକ ଗାଁରେ ଏସ୍ ଏଚ୍ ଜି ବୈଠକ ଗୃହ ନିର୍ମାଣ କରାଯିବ:ମିଶନଶକ୍ତି ସମାବେଶରେ ଯୋଗେଶଙ୍କ ପ୍ରତିଶୃତି

ସୁନ୍ଦରଗଡ଼,(ହଲଚଲ୍ ନ୍ୟୁଜ୍)-ପ୍ରତ୍ୟେକ ଗାଁ ରେ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କ ସୁବିଧା ପାଇଁ ଏସ୍ ଏଚ୍ ଜି ବୈଠକ ଗୃହ ନିର୍ମାଣ କରାଯିବ ବୋଲି ଟାଙ୍ଗରପାଲି ବ୍ଲକ୍ ବିଜୁ ଜନତା ଦଳ ପକ୍ଷରୁ ଉଜ୍ବଲପୁୁୁର ଠାରେ ଆୟୋଜିିିତ ମିଶନ ଶକ୍ତି ସମାବେଶରେ ପୂର୍ବତନ ବିଧାୟକ ତଥା ସୁନ୍ଦରଗଡ଼ ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ଯୋଗେଶ କୁମାର ସିଂହ ଯୋଗ ଦେଇ ଦୃଢ଼ ପ୍ରତିଶୃତି ଦେଇଛନ୍ତି।

ଟାଙ୍ଗରପାଲି ବ୍ଲକ୍ ବିଜେଡି ସଭାପତି ଗୋବିନ୍ଦ ପଟେଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାବେଶରେ ମୁଖ୍ୟ ଅତିଥୀ ଭାବେ ଗାଙ୍ଗପୁର ରାଜମାତା ପଦ୍ମିନୀ ଶେଖର ଦେଓ, ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ଯୋଗେଶ ସିଂହ,ବରିଷ୍ଠ ବିଜେଡି ନେତା ଜନ୍ମେଜୟ ମହାପାତ୍ର, ସିଙ୍କି ସିଂହ, ଡା: ଜ୍ୟୋତି ପାଣିଗ୍ରାହୀ, ସବିତା ଆଚାର୍ଯ୍ୟ, ବୀଣା ସାହୁ, ଟାଙ୍ଗରପାଲି ବ୍ଲକ୍ ଅଧ୍ୟକ୍ଷ ଜଟିଆ ମୁଣ୍ଡା,ବୀରେନ୍ଦ୍ର ପଟେଲ, ସନ୍ତୋଷ ଆଚାର୍ଯ୍ୟ, ଶୋଭନ ଦାଶ, ରାମ ଚନ୍ଦ୍ର ନାୟକ, ମନୋରମା ବର୍ମା ପ୍ରମୁଖ ଯୋଗ ଦେଇ ନବୀନ ପଟ୍ଟନାୟକ ଙ୍କ ସରକାର ମହିଳାଙ୍କ ପାଇଁ ବିଗତ ୨୦ ବର୍ଷ ମଧ୍ୟରେ କରିଥିବା ଉଲ୍ଲେଖନୀୟ ଯୋଜନା ଗୁଡିକର ଆଲୋକପାତ କରି ମହିଳା ଶକ୍ତିକୁ ଆହୁରି ଶସକ୍ତ କରିବା ପାଇଁ ବିଜେଡିକୁ ଭୋଟ୍ ଦେବାକୁ ଅନୁରୋଧ କରିଥିଲେ। ଶେଷରେ ନାରୀ ନେତ୍ରୀ ରୀନା ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।