ବାମରା : ବିଜେପି ପ୍ରଚାର ପାଇଁ ଯାଉଥିବା ବେଳେ ତେଲ ସରିଯିବାରୁ ବିଲରେ ଜରୁରୀ ଅବତରଣ କଲା ହେଲିକେପ୍ଟର ! ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର, ଶ୍ରିତମ ଦାସ ଓ ଦେବଗଡ଼ର ରାଣୀ ହଟହଟା

ଝାରସୁଗୁଡା : ଗାନ୍ଧିରାମ ବେହେରା (ହଲଚଲ୍ ନ୍ୟୁଜ୍)-ସମଲପୁର ଜିଲ୍ଲା ବାମରା ବ୍ଲକ ଅନ୍ତର୍ଗତ ଗଡ଼ପୋଷ (କିନାବଗା)କୁ ପ୍ରଚାର ପାଇଁ ଯାଉଥିବା ବେଳେ ହେଲିକପ୍ଟରରେ ତେଲ ସରିଯିବା ଯୋଗୁଁ ଜରାବଗା ଗ୍ରାମର ବିଲରେେ ଜରୁରୀ ଅବତରଣ କରିଥିଲା ହେଲିକେପ୍ଟର ବୋଲି ଏକ ସୂତ୍ରରୁ ଜଣାପଡ଼ିଛି । ହେଲିକେପ୍ଟର ରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର, ଅଭିନେତା ଶ୍ରିତମ ଦାସ, ଦେବଗଡ଼ର ରାଣୀ ହଟହଟା ହୋଇଥିବା ବେଳେ ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି । ତେବେ ନିକଟରେ ବିଜେଡିର ଷ୍ଟାର ପ୍ରଚାରକ ନବ ଦାସ ସେହି ଗ୍ରାମରେ ପ୍ରଚାର କରୁଥିବା ବେଳେ ବିଜେପି ନେତ୍ରୀଙ୍କର ହେଲିକେପ୍ଟର ଅବତରଣ କରିଥିବାରୁ ରାଜନୈତିକ ମହଲରେ ବିଭିନ୍ନ ପ୍ରକାର ଚର୍ଚ୍ଚା ଜୋର ଧରିଛି ।