ପ୍ରଧାନମନ୍ତ୍ରୀ ମୋଦିଙ୍କୁ ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ ଜାୟଦ ମେଡାଲ !!

ନୂଆଦିଲ୍ଲୀ : ୟୁନାଇଟେଡ୍‌ ଆରବ ଏମିରେଟ୍‌ସ ତରଫରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜାୟଦ ମେଡାଲରେ ସମ୍ମାନିତ କରାଯାଇଛି । ଦୁଇ ଦେଶ ମଧ୍ୟରେ ସଂପର୍କ ସୁଦୃଢ଼ କରିବା ପାଇଁ ସେ ପ୍ରୟାସ ଜାରି ରଖିଥିବାରୁ ଏହାକୁ ଦେଖି ୟୁଏଇର ରାଷ୍ଟ୍ରପତି ଶେଖ୍‌ ଖଲିଫା ବିନ୍‌ ଜାୟଦ ଅଲ ନାହୟାନ ମୋଦୀଙ୍କୁ ସମ୍ମାନୀତ କରିଥିବା ଜଣା ପଡ଼ିଛି । ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ ଜାୟଦ ମେଡାଲ ଦିଆଯାଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମ୍ମାନିତ କରାଯାଇଛି । ଆବୁ ଧାବିର କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ଜାୟଦ ଅଲ ନାହୟାନ ଏ ନେଇ ଟୁଇଟ୍‌ କରିବା ପରେ ଖବରଟି ସାମ୍ନାକୁ ଆସିଛି । ନିଜ ଟୁଇଟ୍‌ରେ ଆବୁ ଧାବିର କ୍ରାଉନ୍‌ ପ୍ରିନ୍ସ ମୋଦୀଜୀଙ୍କୁ ପ୍ରିୟ ମିତ୍ର କହି ସମ୍ବୋଧିତ କରିବା ସହ ଦୁଇ ଦେଶ ମଧ୍ୟରେ ଥିବା ସଂପର୍କକୁ ସୁଦୃଢ଼ କରିବା ପାଇଁ ମୋଦୀଜୀ କରିଥିବା ପ୍ରୟାସକୁ ପ୍ରଶଂସା କରିଥିଲେ ।