“କମଲ” **ଶୁଭମ ନାଏକ

ରଘୁ ଆର ପାରି କେ ଗଲା ସେତ ତରି ଗଲା।ହେଲେ ସବୁ ବୋଝ ଲଦି ଦେଇ ଗଲା ତାର ସିଆନି ରଏବାରି ଉପରେ ଉନଜା ଘରେ ଅଏଁଠା ବାସନ ମାଜି ତାର ପୁଓ ଉମେଶ ଆଉ ତାର ଲାଗି କେନ୍ତା ଅଢିଆ ନୁରିଛେ ସେହି ଜାନିଛେ। ରଏବାରିର ଜୀବନ ଗୁରଦୁ ଚଢେନ ଉତରେନ ଆସିଛେ। ହେଲେ ସେ କେଭେ ହାର ନାଇଁ ମାନି। ପୁଓ ଉମେଶ କେ ଆଏଜ ପାଠ ଦୁଇ ଅକ୍ଷର ପଢେଇ ମୁନୁଷଟେ ବନେଇ ପାରିଛେ। ତାର ଲାଗି ଉମେଶ ଭଲ ଚାକରି ଖଁଣେ ଭି ପାଇଛେ,ଆଉ ହେ ସରକାରୀ ଚାକରି ଲାଗି ରଏବାରି ଚାକରିଏନ୍ ବହଟେ ପାଇଛେ। ତାର କୁଟୁମ କହେଲେ ସେ, ତାର ପୁଓ, ବହ ଆରୁ ତାର ଆଠ ବରଷର ନାତିଟେ ।

ଘଢିଥି ସକାଳର ନଅଁ ବଜିଗଲେ ସଭେ ବାହାରି ପଡସନ ନିଜର ନିଜର କାମେ । ରୀମା ଜିସି ବ୍ଲକ,ଉମେଶ ଜିସି ଅଫିସ, ଆଉ ରିଲୁ ସ୍କୁଲ । ଘରେ ବାଁଚସି ରଏବାରି ଏକଲା।ଘରର କାମ ସବୁ ସେ କରସି। ଫିରଭି ତାର ମନ କେବେ ଦୁଖ ନାଇଁ। ଖାଲି ଫରକ ଏତକି ଯେ, ଆଗ ଉନଜା ଘରେ ବାସନ ମାଜୁଥିଲା। ଆରୁ ଇଛେନ ନିଜର ଘରେ ମାଜୁଛେ ।
ସେ ଦିନେ ବାରଣ୍ଡାଥି ଶୁଇଥିଲା ରଏବାରି।ମଂଗସିର ଜାଇ ପୁଷ ଆସୁଥାଏ। ବୁଢୀ ଭି ଜାଡେ କୁଡ କୁଡେଇ ପକଉ ଥାଏ । ଭାବଲା ତାର ପୁଓ କେ କାଏଲ କମଲ ଟେ ଆନି କହେବା । ଇଛେନ ତ ଥଣ୍ଡା ବଢି ବଢି ଯିବା । ବୁଢୀ ଲୋକଟା ଖଣ ଖଣ ଜାଡେ କେନ୍ତା ଶୁଇବା।
ଆର ଦିନେ ଅଫିସ ବାହାରଲା ବେଳେ ଉମେଶ କେ କହେଲା;
ହେଲେ ଉମେଶ ଉତ୍ତର ଦେଲା –
– ମା ଇମାସେ ରିଲୁର ଏଡମିସନ ଫିଚ୍
ଜମା କରବା କେ ପଡବା। ଆଉ ରୀମାର ଭିତ ଜନମଦିନ ତାକେ ଭିତ ନେକଲେସ ଟେ ଗିପ୍ଟ ଦେମି ।ପଏସା ମୋର ପାସେ ନାଇଁ ରହେମା। ଇ ମାସତ ଆଉ ଦିନେ ରହେଲା ମା। ଦିନେ ତୁଇ ରହିଯା, ଆର ମାସେ ଆନିଦେମି। ଏନ୍ତା କହି ଉମେଶ ତାର ମାର କଥା ଟାଲିଦେଲା।
ଜାନୁଆରୀ ଫାଷ୍ଟ ଉଇକ୍ ଥି ତାର ସେଲେରି ଆଏଲା। ଉମେଶ ଅଫିସନୁ ଫିରଲା ବେଲେ ଏ.ଟି.ଏମ୍ ନୁ ପଏସା ଉଇଡ୍ର କରି ଘରକେ ଫିରଲା ତାର ମାକେ କହେଲା –
– ଇମାସର ଦରମା ହଇ ଯାଇଛେ ମା। କାଏଲ ଅଫିସନୁ ଫିରଲା ବେଲେ ତୋର ଲାଗି କମଲ ନେଇ ଆସମି।
ରଏବାରି ସବୁଦିନ ଲେଖେ ସାଲ ଖଣେ ଉଢି ବାରଣ୍ଡାଥି ଶୁଇଲା।
ହେଲେ ହେଟାଥିଲା ରଏବାରିର ଜୀବନର ଶେଷ ରାତି। ସେ ଆଉ କେଭେ ନାଇଁ ଦେଖି ପାରଲା ନୁଆଁ ସକାଲ। ଆଏଁଖ ଲୁମି ଦେଇଥିଲା ସବୁଦିନ ଲାଗି।
ଉମେଶ ଆଏଜ ତାର ସବୁ ବନ୍ଧୁ ବାନ୍ଧବ ମାନକୁ ଠୋଲ କରିଥିଲା ତାର ଘରେ । ତାର ମାଆଁର ଶେଷ ଯାତ୍ରା ଥି ସାମିଲ ହେବାର ଲାଗି। କିଛି ଭିଲ ଉନା ନାଇଁ କରି। ତାର ମାକେ ଉଢେଇ ଥିଲା ଖଣେ କମଲ,ଆର ଦାମକିଆ ପାଠ ଶାଢ଼ୀଟେ।

ଶୁଭମ ନାଏକ
ତସଲାଡିହି, ସୁନ୍ଦରଗଡ଼
ମୋ – ୬୩୭୦୬୯୫୩୪୨