ନିର୍ବାଚନ ପୂର୍ବରୁ ହ୍ୱାଟସଆପ ଜାରୀ କଲା ନୂଆ ଗାଇଡ୍ ଲାଇନ୍

ନୂଆଦିଲ୍ଲୀ:ଲୋକସଭା ନିର୍ବାଚନ ପୂର୍ବରୁ ହ୍ୱାଟସଆପ ନୂଆ ଗାଇଡ୍ ଲାଇନ୍ ଜାରୀ କରିଛି।ଥରକୁ ୫ଜଣରୁ ଅଧିକ ଲୋକଙ୍କୁ ମେସେଜ ପଠାଇ ପାରିବେ ନାହିଁ । ବିନା ଅନୁମତିରେ କାହାକୁ ହ୍ୱାଟସଆପ୍ ଗ୍ରୁପରେ ଯୋଡ଼ି ହେବ ନାହିଁ । ଗ୍ରୁପରେ କାହାକୁ ଯୋଡ଼ିବାକୁ ହେଲେ ଅନୁମତି ବାଧ୍ୟତାମୂଳକ କରାଯାଇଛି । ଏନେଇ ହ୍ୱାଟସଆପ ପକ୍ଷରୁ ଫ୍ୟାକ୍ସ ନମ୍ବର ମଧ୍ୟ ଜାରି କରାଯାଇଛି । ନମ୍ବରଟି ୯୬୪୩୦୦୦୮୮୮ । ସନ୍ଦେହ ହେଲେ ଫ୍ୟାକ୍ସ ନମ୍ବରରେ ଯୋଗାଯୋଗ ମଧ୍ୟ ଆପଣ କରିପାରିବେ ବୋଲି ସୂଚନା ମିଳିଛି ।