ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନରେ କାଁଟେ କି ଟକ୍କର : ୧୦୦ ରୁ ଉର୍ଦ୍ଧ୍ବ ବିଧାନସଭା ଆସନରେ ବିଜେପି-ବିଜେଡି ର ସମୀକରଣ ଜଟିଳ !

ଭୁବନେଶ୍ବର:ମେ ଭି ଚୌକିଦାର କାର୍ଯ୍ୟକ୍ରମରେ ଓଡିଶାର ଫଳାଫଳ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପିଏମ ମୋଦୀ ଓଡିଶାର ଫଳାଫଳ ସାରା ଦେଶକୁ ଚମକାଇବ ବୋଲି  କହିଛନ୍ତି । ଓଡିଶାର ଫଳାଫଳ ଦ୍ୱିତୀୟ ତ୍ରିପୁରା ହୋଇଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । କେନ୍ଦ୍ରାପଡା ନିର୍ବାଚନମଣ୍ଡଳୀର ଲୋକଙ୍କ ସହ କଥା ହୋଇ ଏହି ଦୃଢୋକ୍ତି ପ୍ରକାଶ କରିଛନ୍ତି ପିଏମ ମୋଦୀ ।

ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ମୁଁ ବି ଚୌକିଦାର ଅଭିଯାନ ଅନ୍ତର୍ଗତରେ ପିଏମ ମୋଦୀ ସାରା ଦେଶର ପାଞ୍ଚ ଶହ ଯାଗାରେ ଲୋକଙ୍କୁ ସମ୍ବୋଧିତ କରିଛନ୍ତି ।

ଏହ ପୂର୍ବରୁ  କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ମଧ୍ୟ ଓଡିଶାକୁ ନେଇ ଏହିପରି ମନ୍ତବ୍ୟ ଦେଇଥିଲେ । ତ୍ରିପୁରାରେ ଯେମିତି ଭାରତୀୟ ଜନତା ପାର୍ଟି(ବିଜେପି)କୁ ସଫଳତା ମିଳିଥିଲା, ସେହି ପରି ନିର୍ବାଚନୀ ସଫଳତା ଓଡ଼ିଶାରେ ମଧ୍ୟ ମିଳିବ। ଏହା ସହିତ ପଶ୍ଚିମବଙ୍ଗ, କେରଳରେ ମଧ୍ୟ ତ୍ରିପୁରା ସଫଳତାର ପୁନରାବୃତ୍ତି ହେବ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ସୂଚନା ଦେଇଥିଲେ । ସେ ରବିବାର ଟ୍ଵିଟ୍ କରି ଏହି ସୂଚନା ଦେଇଛନ୍ତି। ରାଜ୍ୟସଭା ଟିଭିକୁ ଦେଇଥିବା ବିଶେଷ ସାକ୍ଷାତକାର ସମୟରେ ସେ ଏହା କହିଛନ୍ତି।

ଜେଟଲୀ ଟ୍ଵିଟ୍ କରି କହିଥିଲେ ଯେ, ତ୍ରିପୁରାର ବିଧାନସବା ନିର୍ବାଚନର ସଫଳତା ଓଡ଼ିଶା, ପଶ୍ଚିମବଙ୍ଗ ଓ କେରଳରେ ପୁନରାବୃତ୍ତି ହେବାକୁ ଯାଉଛି। ନୂତନ ସମୀକରଣରେ ଆମର ଭୋଟ୍ ସେୟାର ଓ ସିଟ୍ ସଂଖ୍ୟା ବହୁତ  ବଢ଼ିବ। ସେ କହିଛନ୍ତି ଯେ, ଜନତା ବିକାଶ ଚାହାନ୍ତି। ଜନତାଙ୍କୁ ଉନ୍ନତି ଦରକାର ଏବଂ ଦେଶ କେମିତି ସମୃଦ୍ଧ ହେବ ତାହା ଚାହାନ୍ତି। ଜନତା ଜାତି ସମୀକରଣ ରାଜନୀତି ଚାହାନ୍ତି ନାହିଁ। ଭାରତ ୨୦୧୪ ନିର୍ବାଚନରେ ଏହାକୁ ପ୍ରତିପାଦିତ ମଧ୍ୟ କରିଛନ୍ତି। ୨୦୧୯ରେ ପୁଣି ଥରେ ଏନଡିଏ ସରକାର ସ୍ଥାପିତ ହେବାକୁ ଯାଉଥିବା ଜେଟଲୀ କହିଛନ୍ତି।

ଅପରପକ୍ଷରେ, ବିଜେଡି ର ଷ୍ଟ୍ରାଟେଜି ଗ୍ରୁପ୍ ଏଣିକି ଆତଙ୍କିତ ହୋଇ ପଡିଥିବା ବିଶ୍ବସ୍ତ ସୂତ୍ରରୁ ଜଣାଯାଏ। ଓଡ଼ିଶା ବିଧାନ ସଭା ପାଇଁ ଅନୁଷ୍ଠିତ ହେବାକୁ ଥିବା ୧୪୭ ଟି ଆସନରୁ ୧୦୫ଟି ଆସନରେ ଶାସକ ବିଜେଡ଼ି ଓ ବିଜେପି ମଧ୍ୟରେ ହେବାକୁ ଯାଉଛି ୧୯-୨୦ ଟକ୍କର। ଏହା କୌଣସି ଜନସାଧାରଣଙ୍କର ମତାମତ ନୁହେଁ। ରାଜ୍ୟ ଗୋଇନ୍ଦା ବିଭାଗର ଆଭ୍ୟନ୍ତରୀଣ ତଥ୍ୟ ଓ କିଛି ଘରୋଇ ସଂସ୍ଥାଙ୍କ ଦ୍ୱାରା କରାଯାଇଥିବା ଅନ୍ତିମ ପର୍ଯ୍ୟାୟ ରିପୋର୍ଟ ପାଇବା ପରେ ନିଦ ହଜି ଯାଇଛି ତୃତୀୟ ମହଲା ଓ ନବୀନ ନିବାସର। ୨୦୧୪ ମସିହା ସାଧାରଣ ନିର୍ବାଚନର ପରିସ୍ଥିତି ଏବେ ଆଉ ନାହିଁ। ଭାରତୀୟ ଜନତା ପାର୍ଟି ଗଲା ପାଞ୍ଚ ବର୍ଷ ଭିତରେ ଓଡ଼ିଶାରେ ନିଜର ସ୍ଥିତିକୁ ଜାହିର କରିପାରିଛି। ଏହି ଦଳକୁ ହେୟଜ୍ଞାନ ମନେ କରିଆସୁଥିବା ବିଜେଡ଼ି ଏହି ରିପୋର୍ଟ ପାଇଲା ପରେ ଏକ ପ୍ରକାର ହତୋତ୍ସାହ ହୋଇପଡ଼ିଛି ବୋଲି ନିର୍ଭର ଯୋଗ୍ୟ ସୂତ୍ରରୁ ଖବର ହସ୍ତଗତ ହୋଇଛି। ବିଜେଡ଼ି ନେତା ଓ କର୍ମୀଙ୍କ ମଧ୍ୟରେ ଏହି ତଥ୍ୟ ପରିପ୍ରକାଶ ହୋଇ ପାରିନଥିଲେ ମଧ୍ୟ ଟିକେଟ ବଣ୍ଟନର ପଦ୍ଧତି ସୂଚାଇ ଦେଉଛିଯେ, ଦୀର୍ଘ ୧୯ ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜେଡ଼ି ଏବେ ଆତଙ୍କିତ। ବିଜେଡ଼ିର ନିର୍ବାଚନ ଜିତିବା ପ୍ରଣାଳୀକୁ ଆପଣେଇ ବିଜେପି ଯେଉଁ ପଦ୍ଧତି ଆପଣେଇଥିଲା ସେଥିରେ ସଫଳତା ଆଡ଼କୁ ଅଗ୍ରସର ହେଉଛି ବୋଲି ସଂସ୍ଥା ଦ୍ୱାରା ପ୍ରଦାନ କରାଯାଇଥିବା ରିପୋର୍ଟ ବିଜେଡ଼ି କୋର ଗୃପ ଭିତରେ ଆଲୋଡ଼ନ ସୃଷ୍ଟି କରିଛି। ଅତି ଚତୁରତାର ସହିତ ଏହି ରିପୋର୍ଟକୁ ଦଳର ସଭାପତି ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମ୍ମୁଖକୁ ନ ପଠାଇ ଏହାର ସମାଧାନର ବାଟ ବାହାର କରିବାରେ ଲାଗି ପଡ଼ିଛନ୍ତି ବିଜେଡ଼ିର କୋର ଗୃପ୍ ସଦସ୍ୟ।