ଅହମ୍ମଦାବାଦ:କୋଷ୍ଟଗାର୍ଡ ଜବତ କଲା ୫୦୦ କୋଟିର ହିରୋଇନ

ଅହମଦାବାଦ: ଆତଙ୍କବାଦୀ ନିରୋଧ ଦଳ(ଏଟିଏସ) ଏବଂ ଭାରତୀୟ ତଟରକ୍ଷୀ ବାହିନୀ ମିଳିତ ଭାବେ ବୁଧବାର ଗୁଜୁରାଟ ବନ୍ଦରରୁ ୫୦୦ କୋଟି ଟଙ୍କାର ହେରୋଇନ ଜବତ କରିଛନ୍ତି । ହେରୋଇନ ଚାଲାଣ ଅଭିଯୋଗରେ ୯ ଜଣ ଉରାନୀ ନାଗରିକଙ୍କୁ ଗିରଫ କରାଯାଇଛି । ପ୍ରମାଣ ନଷ୍ଟ କରିବା ପାଇଁ ଚାଲାଣକାରୀ ବୋଟରେ ନିଆଁ ଲଗାଇ ଦେଇଥିଲେ । ତେବେ ବୋଟ ନଷ୍ଟ ହେବା ପୂର୍ବରୁ ତଟରକ୍ଷୀ ବାହିନୀ ପ୍ରାୟ ୧୦୦ କିଲୋଗ୍ରାମର ହେରୋଇନ ଜବତ କରିନେଇଥିଲେ । ସୂଚନା ଅନୁସାରେ ୯ ଉରାନୀ ନାଗରିକ ପାକିସ୍ତାନର ଗ୍ୱାଦର ବନ୍ଦରରୁ ହେରୋଇନ ନେଇ ଗୁଜୁରାଟ ବନ୍ଦରକୁ ଆସୁଥିଲେ ।ପାକିସ୍ତାନ ନାଗରିକ ହମିଦ ମାଲିକଠାରୁ ସେ ହେରୋଇନ ଆଣିଥିଲେ । ଗୁଜୁରାଟ ବନ୍ଦରରୁ ଏହାକୁ ଦେଶର ଅନ୍ୟ କୋଣକୁ ପଠାଇଯାଇଥାନ୍ତା । ହେରୋଇନ ଚାଲାଣ ନେଇ ପ୍ରଥମେ ଏଟିଏସକୁ ଖବର ମିଳିଥିଲା ।ଏଟିଏସ ଦଳ ତଟରକ୍ଷୀ ବାହିନୀ ସହ ମିଶି ଗୁଜୁରାଟ ବନ୍ଦର ଓ ଆଖପାଖ ଅଞ୍ଚଳ ଉପରେ ନଜର ରଖିଥିଲେ । ଚାଲାଣକାରୀ ସନ୍ଦେହ କରି ବୋଟରେ ନିଆଁ ଲଗାଇ ଦେଇଥିଲେ । ହେରୋଇନ ଚାଲାଣରେ ଭାରତୀୟ ନାଗରିକ ମଧ୍ୟ ସାମିଲ ଅଛନ୍ତି ବୋଲି କୁହାଯାଉଛି ।