ଭାରତର ନାମ ଅନ୍ତରୀକ୍ଷ ମହାଶକ୍ତିରେ ସାମିଲ ହୋଇଛି:ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଲୋ ଆର୍ଥ ଅର୍ବିଟରେ (ଲିଓ) ସାଟେଲାଇଟକୁ ପ୍ରଥମଥର ପାଇଁ ୩୦ ସେକେଣ୍ଡରେ ଧ୍ୱଂସ କରିଛି ଭାରତ । ଏନେଇ ଏହି ପରୀକ୍ଷଣରେ ଜଡ଼ିତ ଥିବା ଡ଼ିଆରଡ଼ିଓ କର୍ମକର୍ତ୍ତା ସମସ୍ତ ବେଜ୍ଞାନିକଙ୍କୁ ଧନ୍ୟବାଦ ଜଣେଇଛନ୍ତି ମୋଦି । ବୈଜ୍ଞାନିକଙ୍କ ପାଇଁ ଏହି ମିଶନ ଶକ୍ତି କଷ୍ଟକର ଅପରେସନ ଥିଲା ତଥାପି ଭାରତ ର ଏହି ମିଶନ  ସଫଳ ହୋଇଛି । ମାତ୍ର ୩ମିନିଟରେ ସଫଳ ହୋଇଥିଲା ଅପରେସନ । ଏହି ପରିପ୍ରେକ୍ଷୀରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମ୍ବୋଧନରେ କହିଛନ୍ତି ଭାରତର ନାମ ଅନ୍ତରୀକ୍ଷ ମହାଶକ୍ତିରେ ସାମିଲ ହୋଇଛି । ମହାକାଶ ମହାଶକ୍ତିରେ ବିଶ୍ୱର ୪ର୍ଥ ଦେଶ ରୂପେ ଭାରତକୁ ସଫଳତା ମିଳିଛି । ଚୀନ, ଆମେରିକା ଓ ଋଷ ପରେ କାରତ ଚତୁର୍ଥ ସ୍ଥାନ ପାଇଛି । ଆଜିର ଦିନ ଭାରତ ପାଇଁ ଏକ ଗର୍ବର ଦିନ ।