ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନିଜ ସମର୍ଥକଙ୍କ ସହ ବିଜେଡ଼ି ରେ ଯୋଗଦେଲେ ସୁବାଷ ଚୌହାନ।

ଭୁୁୁବନେଶ୍ବ୍ବର:ଲୋକସଭା ଆସନ ପାଇଁ  ଦଳୀୟ ଟିକଟରୁ ବଞ୍ଚିତ ହେବା ପରେ ବରଗଡ଼ର ବିଜେପି ନେତା ସୁବାସ ଚୌହ୍ୱାନ ଆଜି ଶାସକ ବିଜେଡିରେ ସାମିଲ ହୋଇଛନ୍ତି। ନିଜର ସମର୍ଥକମାନଙ୍କୁ ନେଇ ଶ୍ରୀ ଚୌହ୍ୱାନ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି। ଏହି ଅବସରରେ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ନବୀନ ବାବୁଙ୍କ ‌ଆଦର୍ଶରେ ଅନୁପ୍ରାଣିତ ହୋଇଛି। ବିଜେଡିରେ ସାମିଲ ହେବା ପାଇଁ କୌଣସି ସର୍ତ୍ତ ରଖି ନାହିଁ। କୁରୁକ୍ଷେତ୍ରର ଲଢ଼େଇ ଆରମ୍ଭ ହୋଇସାରିଛି। ମୁଁ ଗୋଟିଏ ଯୋଦ୍ଧା ହୋଇଥିବାରୁ ଗୋଟିଏ ପକ୍ଷ ନିଶ୍ଚିତ କରିଛି। ସେଥିପାଇଁ ମୁଁ ଏଠାକୁ ଆସିଛି। ଅଧର୍ମ ଓ ଅହଂକାର ବିରୋଧରେ ଲଢ଼େଇ ଜାରି ରହିବ। ୨୦୧୯ରେ କୌଣସି ନିର୍ବାଚନ ଲଢ଼ିବି ନାହିଁ। ଆରଏସ୍‌ଏସ୍‌ରେ ଅଛି ଏବଂ ରହିବି।ମୁଁ ଜଣେ ସ୍ୱୟଂସେବକ ଭାବେ ବିଜେପି ଛାଡିବା ଅତ୍ୟନ୍ତ ଦୁଃଖିତ।ମତେ ନିର୍ମାଣ କରିବାରେ ଅନେକ ପ୍ରଚାରକ, ତଥା ସଂଘର ସ୍ୱୟଂସେବକ ମାନଙ୍କର ଯୋଗଦାନ ରହିଛି। ମୁଁ ତାଙ୍କ ପାଖରେ ଚିର କୃତଜ୍ଞ। ବରଗଡ଼ ପାର୍ଲିଆମେଣ୍ଟର ଜନତା ପାଖରେ ମୁଁ ଋଣୀ କାରଣ ବିକାଶର ଅନେକ ସ୍ବପ୍ନ ଗତ ପାଞ୍ଚ ବର୍ଷ ଭିତରେ ମୁଁ ଆପଣମାନଙ୍କୁ ଦେଖାଇଛି,ଆଉ ଆପଣମାନେ ସମସ୍ତେ ମିଶି ତାକୁ ସାକାର କରିବା ପାଇଁ ମତେ ସବୁବେଳେ ଅକୁଣ୍ଠ ଚିତ୍ତରେ ସହଯୋଗ କରିଛନ୍ତି । ମୁଁ ଯେଉଁଠି ବି ଥାଏ ଆମେ ସମସ୍ତେ ମିଶି ତାକୁ ପୁରା କରିବା ଏଥିରେ ସନ୍ଦେହ ନାହିଁ । ଆପଣଙ୍କର ସ୍ୱାଭିମାନ ଏବଂ ସମ୍ମାନ ପାଇଁ ମୁଁ ଲଢ଼ିଛି ଓ ସମୟ ଦେଇଛି ଏହା ଆଗକୁ ଜାରି ରହିବ । ଏଥିପାଇଁ ଆପଣଙ୍କ ସହିତ ସବୁବେଳେ ମୁଁ ରହି ଲଢେଇ କରିବି। ମୁଁ ଜୀବନର ୫୨ବର୍ଷ ଭିତରେ ନିଜ ପାଇଁ କିଛି କରି ନାହିଁ । ଯାହା କରିଛି,ଲୋକଙ୍କ ପାଇଁ, ଦେଶ ପାଇଁ, ଧର୍ମ ପାଇଁ ।କିନୁ ମୋର ସମର୍ପଣକୁ ଅନ୍ୟଥା ନେଇ କିଛି ଲୋକ ମତେ ଅତ୍ୟାଚାର କରୁଛନ୍ତି। ଆଗକୁ ବି ସେମାନେ କରିବେ। ବର୍ତ୍ତମାନ ମୋର ଜୀବନ ପ୍ରତି ବିପଦ ରହିଛି । ମୁଁ ଯେଉଁଠି ସୁରକ୍ଷିତ ମଣିବି ତଥା ଆପଣମାନଙ୍କର ସେବା କରିପାରିବି ମୁଁ ସେ ଭଳି ସ୍ଥାନକୁ ଯିବାପାଇଁ ଚାହୁଁଛି । ଆପଣମାନେ ମତେ ନିଶ୍ଚୟ ଆଗରୁ ଯେଉଁ ଭଳି ସମର୍ଥନ ଦେଉଥିଲେ ସେଇଭଳି ସମର୍ଥନ ଦେବେ ବୋଲି ମୋର ବିଶ୍ୱାସ ।