ପାଳଙ୍ଗ ଶାଗ

ସମସ୍ତଙ୍କୁ ଜଣା ସବୁଜ ପନିପରିବା ସ୍ୱାସ୍ଥ୍ୟ ପାଇଁ କେତେ ଲାଭକାରୀ । ପାଳଙ୍ଗ ଶାଗ ଖାଇବା ଆମ ଶରୀର ପାଇଁ ବେସ ଲାଭଦାୟକ । ପାଳଙ୍ଗ ଶାଗ ଅନେକଙ୍କର ପ୍ରିୟ । କାରଣ ଏହା ଖାଇବାକୁ ଯେତିକି ସ୍ୱାଦିଷ୍ଟ, ଶରୀର ପାଇଁ ସେତିକି ସ୍ୱାସ୍ଥ୍ୟପ୍ରଦ। ଏହି ଶାଗର ଗୁଣକାରୀ ତତ୍ତ୍ୱ ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ ।  ବିଶେଷକରି ଶରୀରରେ ରକ୍ତ ଅଭାବକୁ ଦୂର କରିବାରେ ଏହା ମହୌଷଧି ସଦୃଶ ।

ପାଳଙ୍ଗ ଶାଗର ଉପକାରିତା :-

  • ନିୟମିତ ପାଳଙ୍ଗ ଶାଗ ଖାଇଲେ ଶରୀରୁ ବିଭିନ୍ନ ରୋଗ ସମସ୍ୟା ଦୂର ହୋଇଥାଏ । ଏହାଦ୍ୱାରା ଶରୀରରେ ଥିବା ବିଷାକ୍ତ ଜୀବାଣୁଙ୍କ ଦ୍ୱାରା ସୃଷ୍ଟ ରୋଗରୁ ମଧ୍ୟ ରକ୍ଷା ମିଳିଥାଏ ।
  • ଉଚ୍ଚ ରକ୍ତଚାପ ଥିବା ରୋଗୀ ମାନଙ୍କ ପାଇଁ ଫଶଲଙ୍ଗ ଶାଗ ବରଦାନ ସଦୃଶ ହୋଇଥାଏ । ପ୍ରତିଦିନ ନିଜ ଖାଦ୍ୟ ପାଳଙ୍ଗ ଶାଗ ସାମିଲ କରନ୍ତୁ। ଏହାଦ୍ଵାରା ରକ୍ତଚାପ ଭଳି ସମସ୍ୟାରୁ ଉପଶମ ମିଳିଥାଏ ।
  •  ଗର୍ଭବତୀ ମହିଳାଙ୍କ ଖାଦ୍ୟ ତାଲିକାରେ ପ୍ରତ୍ୟହ ପାଳଙ୍ଗକୁ ସ୍ଥାନିତ କରନ୍ତୁ । ନଚେତ୍ ଏକ ଗ୍ଲାସ୍ ପାଳଙ୍ଗ ଜୁସ୍ କରି ପିଇବାକୁ ଦିଅନ୍ତୁ । ଏହାଦ୍ୱାରା ମା ଓ ଶିଶୁଙ୍କଠାରେ ରକ୍ତହୀନତା ରୋଗ ଦେଖାଦେଇ ନଥାଏ ।
  • ଯଦି ଶରୀରରେ ଆଇରନ୍ ଅଭାବରୁ ରକ୍ତହୀନତା ଦେଖାଦେଉଥାଏ, ତେବେ ପାଳଙ୍ଗ ଶାଗ ମହୌଷଧି ଭଳି କାମ କରେ । ଯେଉଁ ଲୋକଙ୍କଠାରେ ରକ୍ତ ଅଭାବ ସମସ୍ୟା ରହିଛି, ସେମାନେ ଦୈନିକ ପାଳଙ୍ଗ ଶାଗ ଖାଇବା ଉଚିତ୍ ।
  • ପାଳଙ୍ଗରେ ପ୍ରଚୁର ମାତ୍ରାରେ ଆଇରନ୍ ଥିବାରୁ ଏହା ହିମୋଗ୍ଲୋବିନ୍ ସ୍ତରକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ । ପିଲାଙ୍କୁ ମଧ୍ୟ ପାଳଙ୍ଗ ଶାଗ ଖାଇବାକୁ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *