ଦିଲ୍ଲୀ ଏମ୍ସ୍ ରେ ଭୟାଭୟ ଅଗ୍ନିକାଣ୍ଡ :୨୪ ଦମକଳ ନିଆଁ ଲିଭାରେ ନିୟୋଜିତ

ନୂଆଦିଲ୍ଲୀ:ଦିଲ୍ଳୀ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ ଏମ୍ସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଜାତୀୟ ଗଣମାଧ୍ୟମ ଦ୍ୱାରା ସୂଚନା ମିଳିଛି । ଦେଶର ସର୍ବବୃହତ ହସ୍ପିଟାଲର ଟ୍ରାମା ସେଣ୍ଟରରେ ଲାଗିଛି ନିଆଁ । ନିଆଁକୁ ଲିଭାଇବା ପାଇଁ ୨୪ଟି ଦମକଳବାହିନୀ ପହଞ୍ଚି ଅହରହ ନିିିୟୋଜିତ ରହିଥିଲା ଫଳରେ ୮.୩୦ରେ ନିଆଁ ଆୟତ୍ତ ହୋଇଥିଲା।ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ଏମ୍ସର ତଳ ମହଲାରେ ନିଆଁ ଲାଗିଛି । ରୋଗୀଙ୍କ ସମ୍ପର୍କୀୟମାନଙ୍କୁ ଓ ଅନ୍ୟ ଲୋକମାନଙ୍କୁ ମଧ୍ୟ ହସ୍ପିଟାଲର ଭିତର ବାହାରକୁ ଯିବା ପାଇଁ ମନା କରାଯାଇଛି । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ଅଛି ।