ପୂର୍ବତନ ବିଜେଡି ବ୍ଲକ ଚେୟାରମ୍ୟାନ ଙ୍କ ସହ ତିନି ଶହ ରୁ ଉର୍ଧ୍ଵ ବିଜେଡି କର୍ମୀ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଙ୍କ ଉପସ୍ଥିତି ରେ କଂଗ୍ରେସ ରେ ମିଶିଲେ !

ଘଟଗାଁ, ( ଜୟଦେବ ଗିରି)-ଘଷିପୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୂର୍ବତନ ଘଟଗାଁ ବ୍ଲକ ବିଜେଡି ଚେୟାରମ୍ୟାନ ଙ୍କ ସହ ବିଜୁ ଜନତା ଦଳ ର ଘଟଗାଁ ବ୍ଲକ କୃଷକ ମୋର୍ଚ୍ଚା ସଭାପତି, ପଇଦାପାଟଣା ସମିତି ସଭ୍ୟ ରାମଚନ୍ଦ୍ର ମହାନ୍ତ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଙ୍କ ଉପସ୍ଥିତି ରେ କଂଗ୍ରେସ ରେ ଯୋଗ ଦେଲେ । ଚିକିଣିଆ ଠାରେ ଆୟୋଜିତ କଂଗ୍ରେସ କର୍ମୀ ସମ୍ମିଳନୀ ରେ ଘଟଗାଁ ବ୍ଲକ ବିଜେଡି ର ତିନି ଶହ ରୁ ଉର୍ଧ୍ଵ ବିଜେଡି କର୍ମୀ ବିଜେଡି ଛାଡି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଙ୍କ ଉପସ୍ଥିତି ରେ ଘଟଗାଁ ବ୍ଳକ କଂଗ୍ରେସ ରେ ସାମିଲ ହେଲେ । ଆୟୋଜିତ ମିଶ୍ରଣ ପର୍ବ ରେ ବରିଷ୍ଠ କଂଗ୍ରେସ ନେତା ଶେଖ ମୋବିନ ଙ୍କ ସହ କିଛି ଦିନ ତଳେ ବିଜେଡି ଛାଡି କଂଗ୍ରେସ ସାମିଲ ହୋଇଥିବା ପୂର୍ବତନ ଜିଲ୍ଲା ବିଜେଡି ଉପସଭାପତି ପ୍ରଭାକର ନାୟକ , ଘଟଗାଁ ଜୋନ କଂଗ୍ରେସ ସଭାପତି ଦିଲ୍ଲୀପ ବଳ, ଯୁବ କଂଗ୍ରେସ ନେତା ରୁଦ୍ର ନାରାୟଣ ସିଂ ଙ୍କ ସମେତ ଅନେକ କଂଗ୍ରେସ କାର୍ଯ୍ୟକର୍ତ୍ତା ମିଶ୍ରଣ ପର୍ବ ରେ ସାମିଲ ଥିଲେ ।