ଦେଶର ପ୍ରଥମ ଲୋକପାଳ ପିନାକୀ ଚନ୍ଦ୍ର ଘୋଷ ଙ୍କ ଶପଥ ଗ୍ରହଣ !!

ନୂଆଦିଲ୍ଲୀ:ଦେଶର ପ୍ରଥମ ଲୋକପାଳ ପିନାକୀ ଚନ୍ଦ୍ର ଘୋଷ ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶପଥ ପାଠକରାଇଥିଲେ। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ପିନାକୀ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ଭାବେ ନିଯୁକ୍ତି ପାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଲୋକପାଳ ଚୟନ କମିଟି ବୈଠକରେ ଘୋଷଙ୍କ ନାମକୁ ନେଇ ସହମତି ପ୍ରକାଶ ପାଇଥିଲା।ବୈଠକରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଂଜନ ଗୋଗଇ, ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅନ୍ୟ ସଦସ୍ୟମାନେ ଜଷ୍ଟିସ୍ ଘୋଷଙ୍କ ନାମ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇଥିଲେ।ସୂଚନାଯୋଗ୍ୟଯେ ବିଚାରପତି ଦିଲ୍ଲୀପ ବି ଭୋସଲେ, ବିଚାରପତି ପି.କେ.ମହାନ୍ତି, ବିଚାରପତି ଅଭିଲାଷା କୁମାରୀ ଏବଂ ବିଚାରପତି ଏକେ ତ୍ରିପାଠୀ ନ୍ୟାୟିକ ସଦସ୍ୟ ବାବେ ନିଯୁକ୍ତ ହୋଇଛନ୍ତି। ଦିନେଶକୁମାର ଜୈନ, ଅର୍ଚ୍ଚନା ରାମାସୁନ୍ଦରମ, ମହେନ୍ଦ୍ର ସିଂହ, ଏବଂ ଡ. ଆଇପି ଗୌତମ ସାଧାରଣ ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି।