ରିଲିଜ୍ ହେଲା ପିଏମ୍ ନରେନ୍ଦ୍ର ମୋଦୀ ର ଟ୍ରେଲର !

ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜିବନୀ କୁ ନେଇ ପ୍ରସ୍ତୁତ ଫିଲ୍ମ ର ଟ୍ରେଲର ରିଲିଜ ହୋଇଛି। ଏହି ଅବସରରେ ବିବେକ ଓବରାଏ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୂମିକାରେ ହିଁ ନଜର ଆସିଥିଲେ। ବିବେକ କିଛି ଦିନ ତଳେ ନିଜର ଟ୍ୱିଟରରେ ଫିଲ୍ମର ଟ୍ରେଲର ଶୀଘ୍ର ରିଲିଜ ହେବ ବୋଲି ସୂଚନା ଦେଇଥିଲେ। ଆଜି ଏହି ଟ୍ରେଲର ଲଞ୍ଚ ହୋଇଛି।ଟ୍ରଲରରେ ମୋଦିଙ୍କ ପିଲାଦିନ ଠାରୁ ଆରମ୍ଭ କରି ରାଜନୈତିକ ଜୀବନର ସମ୍ପୂର୍ଣ୍ଣ ଯାତ୍ରା ଦେଖାଯାଇଛି। ଏହି ଟ୍ରଲରରେ ମୋଦି ତାଙ୍କ ପିଲାଦିନରେ ଟ୍ରେନରେ ଚାହା ବି ବିକୁଥିବା ଦେଖିବାକୁ ମିଳିଛି। ଫିଲ୍ମରେ ବିବେକ ପୁଣିଥରେ ନିଜ ଦମଦାର ଅଭିନୟ ପ୍ରତିଭା ଦର୍ଶାଇଛନ୍ତି।ଫିଲ୍ମର ନିର୍ଦେଶନା ଦେଇଛନ୍ତି ଓମଙ୍ଗ କୁମାର। ଏହି ଫିଲ୍ମକୁ ବ୍ୟାନ୍ କରିବା ପାଇଁ ମଧ୍ୟ ବିପକ୍ଷ ଦଳ ପକ୍ଷରୁ ଡିମାଣ୍ଡ କରାଯାଇଥିଲା। ଏହା ଉପରେ ସିଧାସଳଖ ଉତ୍ତର ରଖି ବିବେକ କହିଥିଲେ କି, “ଆମେ ହେଉଛୁ ଫିଲ୍ମ ମେକର ଏବଂ ବିପକ୍ଷବାଦୀ ହେଉଛନ୍ତି ପାର୍ଟିର ରାଜନେତା। ସେମାନେ ତାଙ୍କ କାମ କରୁଛନ୍ତି ଏବଂ ଆମେ ଆମ କାମ କରୁଛୁ। ଆମେ କେବଳ ନିଜର ଫିଲ୍ମର କାହାଣୀକୁ ସଠିକ୍ ଭାବରେ ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛୁ। ଭବିଷ୍ୟତରେ କଣ ହେବ ମୁଁ ଜାଣେନା, କିନ୍ତୁ ଏବେ ଆମେ କେବଳ ଆମ ଫିଲ୍ମ ଉପରେ ହିଁ ଧ୍ୟାନ ଦେଉଛୁ। ଫିଲ୍ମ ଉପରେ ବିବେକ କହିଥିଲେ କି, ଯେବେ ଆମେ ଫିଲ୍ମ ଉପରେ ରିସର୍ଚ କରିବା ଆରମ୍ଭ କରିଥିଲୁ ମୁଁ ଅନୁଭବ କରିଥିଲି କି ମୋଦିଙ୍କୁ ଡର ଲାଗେନି। ତାଙ୍କର ଭାବନା ବୁଝିବାର ତରିକା ସର୍ବଦା ସ୍ଵଚ୍ଛ ରହିଥାଏ।