ଲଣ୍ଡନ ଠାରେ ବନ୍ଧା ହେଲେ ନିରବ ମୋଦୀ

ଲଣ୍ଡନ : ଶେଷରେ ଲଣ୍ଡନ ଠାରେ ବନ୍ଧା ହେଲେ ନିରବ ମୋଦୀ । ବହୁ ଚର୍ଚ୍ଚିତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନବି) ମହାଘୋଟାଲାର ସେ ମୁଖ୍ୟ ଅଭିଯୁକ୍ତ ଥିଲେ । ପିଏନବିରୁ ପାଖାପାଖି ୧୩୭୦୦ କୋଟି ଟଙ୍କା ଠକେଇ କରି ସେ ଦେଶ ଛାଡ଼ି ପଳାଇଥିଲେ । ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)ର ଅନୁରୋଧ କ୍ରମେ ଲଣ୍ଡନ ପୁଲିସ ତାଙ୍କୁ ଗିରଫ କରିଛି । ପରେ ତାଙ୍କୁ ପୁଲିସ ୱେଷ୍ଟମିନିଷ୍ଟର କୋର୍ଟରେ ହାଜର କରିବ ବୋଲି ସୂଚନା ମିଳିଛି ।
ସୂଚନାନୁଯାୟୀ, ନୀରବ ମୋଦୀ ଋଣ ଫେରସ୍ତ ନ କରି ଲଣ୍ଡନରେ ଆଲିସାନ ଘରେ ବିଳାସପୂର୍ଣ୍ଣ ଜୀବନ ବିତାଉଥିଲେ । ଏପରି କି ସେ ସେଠରେ ନୂଆ ହୀରା ବ୍ୟବସାୟ ମଧ୍ୟ ଆରମ୍ଭ କରିଥିଲେ । ଲଣ୍ଡନର ଏକ ଗଣମାଧ୍ୟମ ୟୁକେ ଡେଲି ଟେଲିଗ୍ରାଫ ତାଙ୍କର ଏକ ଭିଡିଓ ଜାରି କରିବା ପରେ ଦେଶରେ ଏହାକୁ ନେଇ ବିତର୍କ ଆରମ୍ଭ ହୋଇଥିଲା । ଏହା ମଧ୍ୟରେ ନୀରବଙ୍କୁ ଗିରଫ କରିବା ଲାଗି ଇଡି ଲର୍ଡନ ପୁଲିସକୁ ଅନୁରୋଧ କରିଥିଲା । ପୂର୍ବରୁ ନୀରବଙ୍କୁ ପ୍ରତ୍ୟର୍ପଣ କରିବା ଲାଗି ଭାରତ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ଏଥିସହ ଇଣ୍ଟରପୋଲର ରେଡ କର୍ନର ନୋଟିସ ଜାରି ହୋଇଥିଲା । କିନ୍ତୁ ବ୍ରିଟେନ ସରକାର କୌଣସି ପଦକ୍ଷେପ ନେଉ ନ ଥିଲେ