ସୋରିଷ ତେଲ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍‌ ଉପକାରୀ

ସାଧାରଣତଃ ରୋଷେଇରେ ବିଭିନ୍ନ ପ୍ରକାର ତେଲର ବ୍ୟବହାର କରାଯାଇଥାଏ। ରୋଷେଇରେ ରିଫାଇନ ତେଲ, ଘିଅ ଓ ସୋରିଷ ତେଲ ବ୍ୟବହାର କରିଥାନ୍ତି। ସୋରିଷ ତେଲ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍‌ ଉପକାରୀ ହୋଇଥାଏ ।

ସୋରିଷ ତେଲ ଶରୀରକୁ ସୁସ୍ଥ ରଖିଥାଏ। । ସୋରିଷ ତେଲରେ ଭରି ରହିଛି ଭିଟାମିନ୍, ଯାହା ଚର୍ମ ଓ କେଶ ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ । ସୋରିଷ ତେଲ ହୃତପିଣ୍ଡକୁ ସୁସ୍ଥ ରଖିଥାଏ। ସୋରିଷ ତେଲ ପାଦରେ ମାଲିସ୍‌ କଲେ ଥଣ୍ଡାସର୍ଦ୍ଦି ସମସ୍ୟାରୁ ଉପଶମ ମିଳିଥାଏ।ସୋରିଷ ତେଲ ବ୍ୟବହାର ଫଳରେ କୋଲେଷ୍ଟ୍ରଲର ମାତ୍ରା ସନ୍ତୁଳିତ ରହିଥାଏ। ଏହା ଦ୍ୱାରା ହୃଦ୍‌ଘାତ ଜନିତ ସମସ୍ୟା ହୋଇନଥାଏ।ସୋରିଷ ତେଲ କେଶ ସମସ୍ୟା ଦୂର କରିଥାଏ। ନିୟମିତ କେଶରେ ସୋରିଷ ତେଲର ବ୍ୟବହାର ଫଳରେ କେଶ ବଢ଼ିବା ସହିତ କେଶ ଘନ ହୋଇଥାଏ।ଓଠ ଓ ପାଦ ଫାଟିବା ସମସ୍ୟା ରହିଥିଲେ ସୋରିଷ ତେଲ ଏଥିରୁ ମୁକ୍ତି ଦେଇଥାଏା 

 ଶୁଷ୍କ ତ୍ୱଚାରୁ ରକ୍ଷା ପାଇବା ପାଇଁ ଲୋସନ୍ ବ୍ୟବହାର କରିବା ଅପେକ୍ଷା ସୋରିଷ ତେଲ ବ୍ୟବହାର କରିବା ଅତ୍ୟନ୍ତ ଉପଯୋଗୀ । ଏହାକୁ ଶରୀରରେ ମାଲିସ କଲେ ଏହା ହାଡ଼ ମଜବୁତ କରିବା ସହ ଶୁଷ୍କପଣ ଦୂର କରିଥାଏ । ସୋରିଷ ତେଲ ଓ ରସୁଣକୁ ଫୁଟାଇ ଏହାକୁ ଶରୀରରେ ମାଲିସ କଲେ ଦେହ ହାତ ବଥା ଓ ଦରଜ ହୋଇ ନ ଥାଏ । ସୋରିଷ ତେଲରେ ଅଧିକ ପରିମାଣରେ କ୍ୟାଲ୍ସିୟମ୍ ଓ ଆଇରନ୍ ରହିଥିବାରୁ  ଏହାକୁ ଖାଦ୍ୟରେ ବ୍ୟବହାର କଲେ ପ୍ରଚୁର ଶକ୍ତି ମିଳିଥାଏ ।