ଆଜି ମୋହାଲିରେ ଚତୁର୍ଥ ଏକଦିବସୀୟ ମ୍ୟାଚ୍

ମୋହାଲି : ଭ୍ରମଣକାରୀ ଅଷ୍ଟ୍ରେଲିଆ ଟିମ୍ ବିରୋଧରେ ଆଜି ମୋହାଲିରେ ଚତୁର୍ଥ ଏକଦିବସୀୟ ମ୍ୟାଚ୍ ଖେଳିବ ବିରାଟ କୋହଲିଙ୍କ ନେତୃତ୍ୱାଧିନ ଭାରତୀୟ କ୍ରିକେଟ୍ ଟିମ୍ । ଏହି ସିରିଜ୍ ରେ ୫ଟି ଏକଦିବସୀୟ ମ୍ୟାଚ୍ ଖେଳାଯିବାକୁ ଥିଲା । ଏଥିମଧ୍ୟରୁ ପ୍ରଥମ ୨ଟି ମ୍ୟାଚ୍ ଭାରତ ଜିତିନେଇଥିଲା । ତୃତୀୟ ମ୍ୟାଚ୍ ର ବିଜୟ ହାସଲ କରି ସିରିଜ୍ ଜିତିବାକୁ ଭାରତ ଲକ୍ଷ୍ୟ ରଖିଥିଲା । କିନ୍ତୁ ଖେଳାଯାଇଥିବା ଏହି ମ୍ୟାଚ୍ ରେ ଅଷ୍ଟ୍ରେଲିଆ ଟିମ୍ ବିଜୟ ହାସଲ କରି ଭାରତର ଏହି ଆଶାକୁ ଧୁଳିଶାତ୍ କରିଦେଇଥିଲା । ତେଣୁ ଏବେ ମୋହାଲିରେ ରବିବାର ହେବାକୁ ଥିବା ଚତୁର୍ଥ ଦିନିକିଆ ମ୍ୟାଚ୍ ଉପରେ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ଟିମ୍ ଫୋକସ୍ କରୁଛନ୍ତି । ଏହି ମ୍ୟାଚ୍ରେ ଜିତି ଭାରତ ସିରିଜ୍ ଜିତିନେବାକୁ ଉଦ୍ୟମ କରିବ । ଅନ୍ୟପଟେ ଅଷ୍ଟ୍ରେଲିଆ ମଧ୍ୟ ମୋହାଲି ମ୍ୟାଚ୍ ଜିତି ସିରିଜ୍ ସମାନ ସ୍ଥିତିକୁ ଆଣି ଭାରତକୁ ଅଡୁଆ ପରିସ୍ଥିତିରେ ପକାଇବାକୁ ଉଦ୍ୟମ କରିବ । ରବିବାରର ଏହି ମ୍ୟାଚ୍ ପାଇଁ ଉଭୟ ଦଳର ଖେଳାଳୀମାନେ ଯୋରଦାର ଅଭ୍ୟାସ କରିବା ସହ ସ୍ୱତନ୍ତ୍ର ରଣନୀତୀ ପ୍ରସ୍ତୁତ କରିଛନ୍ତି ।