ପପୁ ପମ୍ ପମ୍ ଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଚିରକୁଟ୍’ ର ଅଡ଼ିଓ ଓ ଟ୍ରେଲର ରିଲିଜ୍

ଭୁବନେଶ୍ଵର :ଡାକ୍ତରଖାନା ରୁ ସୁସ୍ଥ ହୋଇ ଫେରିବା ପରେ ନିର୍ଦ୍ଦେଶନା କ୍ୟାରିୟରରେ ପାଦ ଦେଇଛନ୍ତି ପ୍ରସିଦ୍ଧ ହାସ୍ୟ ଅଭିନେତା ପପୁ ପମ ପମ। ତାଙ୍କର ପ୍ରଥମ ନିର୍ଦ୍ଦେଶିତ ଫିଲ୍ମ ହେଉଛି ‘ଚିରକୁଟ୍’। ଯାହାର ଅଡ଼ିଓ ଓ ଟ୍ରେଲର ଗତକାଲି ଏକ ଘରୋଇ ହୋଟେଲରେ ରିଲିଜ୍ ହୋଇଛି। ଏହି ଫିଲ୍ମର ପ୍ରଥମ ଦିନର ପ୍ରଥମ ସୋ ସମଗ୍ର ରାଜ୍ୟରେ ଥିବା ସମସ୍ତ ପ୍ରେକ୍ଷାଳୟରେ ଦର୍ଶକଙ୍କ ପାଇଁ ମାଗଣା ବ୍ୟବସ୍ଥା କରାଯାଇଛି।

ଅକ୍ଷୟ ପରିଜାଙ୍କ ନିର୍ମାତାରେ ଏହି  ଫିଲ୍ମର ନିର୍ମାଣ ହେଉଥିବା ବେଳେ ସଙ୍ଗୀତ ସଂଯୋଜନା ଦେଇଛନ୍ତି ଡଃ ଦୀପକ ଜେନା, ସୁରେଶ ପଣ୍ଡା ଓ  ସୁମିତ ଜେନା। ଏହି ଫିଲ୍ମରେ ଅଭିନେତା ଭାବେ  ଅରୋଜିତ  ଓ ଅଭିନେତ୍ରୀ ଭାବେ ଅନନ୍ୟା ଅଭିନୟ କରିବେ। ଏହା ସହିତ ବିନୋଦ ରାଉତ, କୃପାସିନ୍ଧୁ ନାୟକ,  ସମସ୍କ୍ରିତ, ଦୀପକ ତ୍ରିପାଠୀ, ହରଶିତା, ଅରଭିନ୍ଦ ଜେନା, ସିଦ୍ଧାର୍ଥ ସୋନୁ ଆଦି ବିଭିନ୍ନ ଭୂମିକାରେ ନଜର ଆସିବେ।

ଏହି ଫିଲ୍ମରେ ମୋଟ୍ ୫ଟି ସୁମଧୁର ଗୀତ ରହିଛି। ଏହି ଫିଲ୍ମରେ ପପୁ ପମ ପମ, ଦେବାଶିଷ ପତି, ବିଷ୍ଣୁ ମୋହନ କବି, ଅନ୍ତରା ଚକ୍ରବର୍ତ୍ତୀ, ସ୍ଵୟମ ପାଢି ଓ ଅସୀମା ପଣ୍ଡା କଣ୍ଠଦାନ କରିଛନ୍ତି। ପପୁ ପମ ପମ ଦୀର୍ଘ ଦିନ ଧରି କ୍ୟାନ୍ସର ରୋଗରେ ପୀଡ଼ିତ ଥିଲେ। ଏହି ସମୟରେ ଅଗଣିତ ସମର୍ଥକ ଏବଂ ପ୍ରଶଂସକ ତାଙ୍କର ସୁସ୍ଥ କାମନା କରିଥିଲେ। ତେଣୁ ପପୁ ଦର୍ଶକଙ୍କ ପାଇଁ ଏହି ଫିଲ୍ମର ପ୍ରଥମ ଦିନର ପ୍ରଥମ ସୋ ଦେଖିବା ପାଇଁ ମାଗଣା ବ୍ୟବସ୍ଥା କରିଛନ୍ତି।