ଭାରତର ସୁରକ୍ଷା ଶକ୍ତି ର ହେବ ବୃଦ୍ଧି:ଭାରତ ଋଷ ମଧ୍ୟରେ ଆଣବିକ ଶକ୍ତିସମ୍ପନ୍ନ ବୁଡାଜାହାଜ କ୍ରୟ ଚୁକ୍ତି ସ୍ୱାକ୍ଷର

ନୂଆଦିଲ୍ଲୀ : ପାରମ୍ପରକି ମିତ୍ର ଭାରତ ଓ ଋଷ ମଧ୍ୟରେ ପ୍ରତିରକ୍ଷା ସମ୍ପର୍କିତ ଏକ ବଡ ଚୁକ୍ତି ସ୍ୱାକ୍ଷର ହୋଇଛି । ଚୁକ୍ତି ମୁତାବକ ୩ବିଲିୟନ ଡଲାର ପ୍ରତି ବଦଳରେ ଋଷ ଭାରତକୁ ଏକ ଆଣବିକ ଶକ୍ତି ସମ୍ପନ୍ନ ସବମେରିନ୍ ପ୍ରଦାନ କରିବ । ଦୁଇ ଦେଶ ମଧ୍ୟରେ ଏଥିପାଇଁ ଏକ ଅନ୍ତର୍ଜାତୀୟ ଚୁକ୍ତି ମଧ୍ୟ ସ୍ୱାକ୍ଷର ହୋଇସାରିଛି ।
ଉଲ୍ଲେଖଯୋଗ୍ୟଯେ ଆଗରୁ ଋଷ ଭାରତକୁ ୨ଟି ସବ୍ମେରିନ୍ ପ୍ରଦାନ କରିସାରିଛି । ଋଷ ଭାରତକୁ ଦେଇଥିବା ପ୍ରଥମ ବୁଡାଜାହାଜ ହେଉଛି ଆଇଏନ୍ଏସ୍ ଚକ୍ର ଯାହାକି ଭାରତକୁ ୧୯୮୮ରେ ମିଳିଥିଲା । ସେହିପରି ଅନ୍ୟ ଏକ ସବମେରିନ୍ ମଧ୍ୟ ଭାରତକୁ ଋଷ ୧୦ବର୍ଷ ପର୍ଯ୍ୟନ୍ତ ଲିଜ୍ ଆକାରରେ ଯୋଗାଇ ଦେଇଛି । ଯାହାର କାର୍ଯ୍ୟକାଳ ଆସନ୍ତା ୨୦୨୨ ମସିହାରେ ସମାପ୍ତ ହେଉଛି ।