ଏନକାଉଂଟରରେ ଦୁର୍ଦ୍ଧାନ୍ତ ଅପରାଧୀ ବିଜୟ ନାୟକ ଆହତ:ଡ଼ାକ୍ତରଖାନାରେ ଭର୍ତ୍ତି !

କେନ୍ଦ୍ରାପଡ଼ା:କେନ୍ଦ୍ରାପଡ଼ା ଜିଲା ଏକ ଅପରାଧପ୍ରବଣ ଜିଲା ଭାବରେ ଜଣାଶୁଣା ।  ତେବେ ଅପରାଧୀଙ୍କୁ ଏବେ କେନ୍ଦ୍ରପଡ଼ା ପୋଲିସ୍ ସାବାଡ଼ କଲାଣି । ବାରମ୍ବାର ଏନକାଉଂଟରରେ ଅପରାଧୀମାନଙ୍କ ମଧ୍ୟରେ ଛନକା ପସିଲାଣି ।  ମଙ୍ଗଳବାର ରାତିରେ ପୁଣି ପୁଲିସ୍ ବନ୍ଧୁକ ଗର୍ଜନ କରିଛି । କଜଳା ଗଡ଼ା ନିକଟରେ ଦୁର୍ଦ୍ଧାନ୍ତ ଅପରାଧୀ ବିଜୟ ନାୟକ ଏନକାଉଂଟରରେ ଆହତ ହୋଇଛି ।  ତା ବାମ ଗୋଡ଼ରେ ଗୁଳି ବାଜିଛି । ତାକୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲା ହସପିଟାଲ ରେ ଭର୍ତି କରାଯାଇଥିଲା ଓ ପରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଆହତ ବିଜୟ ନାମରେ ୧୦୦ ରୁ ଅଧିକ ଅପରାଧୀକ ମାମଲା ରହିଛି । ୨୦୦୯ ମସିହା ସୁଲେମାନ ହତ୍ୟ୍ୟାକାଣ୍ଡ ର ସେ ଅଭିଯୁକ୍ତ ବୋଲି ପୋଲିସ୍ ସୂତ୍ରରୁ ଜଣାପଡ଼ିଛି । କେନ୍ଦ୍ରାପଡ଼ା ସଦର ଥାନା ଆଇଆଇସି ମହେଶ୍ୱର ସେଠୀ ଓ ସ୍ପେଷାଲ ସ୍କ୍ୱାର୍ଡ଼ ର ଇନ୍ସିପେକ୍ଟର ପି,କେ, କାନୁନଗୋ ଙ୍କ ମିଳିତ ଟିମ୍ ଏହି ଏନକାଉଂଟର କରିଛନ୍ତି । ପୋଲିସ୍ ଆଖିରେ ଧୂଳିଦେଇ ବିଜୟ ତାର କ୍ରାଇମ୍ ସାମ୍ରାଜ୍ୟ ଚଳାଇଥିଲା । ନଗଦା ନଗଦି ଗତମାସ ୧୯ ତାରିଖ ଓ ୨୪ ତାରିଖ ରେ ଦୁଇ ଦୁଇଟା ଏନକାଉଂଟର ହେବା ପରେ ପୁଣି ଏହି ଏନକାଉଂଟର ଯୋଗୁ ଅପରାଧୀମାନଙ୍କ ମଧ୍ୟରେ ଛନକା ପଶିଲାଣି ।