ମେଥି:ଡାଇବେଟିସ୍ ପାଇଁ ବେଶ୍ ଉପକାରୀ ଔଷଧ !

ମେଥି ଏକ ମସଲା ଦ୍ରବ୍ୟ ହୋଇଥିଲେ ହେଁ ଏଥିରେ ଭରି ରହିଛି ଅନେକ ଔଷଧୀୟ ଗୁଣ । ଏଥିରେ ମ୍ୟାଗ୍ନେସିୟମ୍, ଫସ୍‌ଫରସ୍‌ ଓ ଭିଟାମିନ୍‌ ବି-୬ ପରି ତତ୍ତ୍ୱ ପ୍ରଚୁର ପରିମାଣରେ ରହିଛି । ଏହାକୁ ରାତିରେ ଭିଜାଇ ଚୋବାଇ ଚୋବାଇ ଖାଇବା ଦ୍ୱାରା ଏବଂ ଏହାର ପାଣି ପିଇବା ଦ୍ୱାରା ମଧ୍ୟ ବ୍ୟକ୍ତିର ଅନେକ ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ ହୋଇଥାଏ। ଏଥିସହିତ ଏହା ମଧ୍ୟ ଆମକୁ ଗୁଡ଼ିଏ ରୋଗ କବଳରୁ ବଞ୍ଚାଇଥାଏ । ଏପରିକି ଡାଇବେଟିସ୍‌ରୁ ଦୂରେଇ ରହିବା ପାଇଁ ଏହା ମହୋଷଧି ପରି କାମ କରେ ।
ତେବେ ଆସନ୍ତୁ ଜାଣିବା ମେଥି ଆମ ଶରୀରର କେଉଁ ସବୁ ଉପକାର କରେ…

– ଇନସୁଲିନ୍‌ସ୍ତରକୁ ସନ୍ତୁଳିତ କରିବା ପାଇଁ ପ୍ରତିଦିନ ସକାଳେ ମେଥି ପାଣି ପିଇବା ଭଲ। ଇନସୁଲିନ୍‌ସ୍ତର ନିୟନ୍ତ୍ରିତ ହେଲେ ଡାଇବେଟିସ୍‌ ହେବାର ଆଶଙ୍କା କମ୍‌ ହୋଇଥାଏ।
– ନିୟମିତ ସକାଳେ ମେଥିପାଣି ପିଇବା ଦ୍ୱାରା ହଜମ ଶକ୍ତି ବୃଦ୍ଧି ପାଇବା ସହ କୋଷ୍ଠକାଠିନ୍ୟ ସମସ୍ୟାରୁ ମିଳିଥାଏ ମୁକ୍ତି । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ତ୍ୱଚାକୁ ସୁନ୍ଦର ଓ ସୁସ୍ଥ ରଖିବା ସହିତ ଫାଇବର୍‌ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ ।
– ମେଥିଦାନାକୁ ପାଣିରେ ଭିଜାଇ ପିଇବା ଦ୍ୱାରା ଏହାର ପୁଷ୍ଟିସାର ତତ୍ତ୍ୱ ବହୁ ଗୁଣ ବଢିଯାଇଥାଏ । ତେଣୁ ମେଥି ପରିବର୍ତ୍ତେ ଏହାର ପାଣି ପିଇଲେ ବେଶୀ ଉପକାର ମିଳେ ।
– ରାତିରେ ଏକ କପ୍‌ ପାଣିରେ କିଛି ମେଥି ଦାନା ପକାଇ ଭିଜାଇ ଏହି ପାଣିକୁ ଛାଣି ଖାଲିପେଟରେ ପିଇଲେ ଅନେକ ଉପକାର ମିଳିଥାଏ।
– ମେଥିପାଣିରେ ଥିବା ପୋଟାସିୟମ୍‌ ଶରୀରର ସୋଡିୟମ୍‌ସ୍ତରକୁ ନିୟନ୍ତ୍ରଣରେ ରଖେ । ଏହାଦ୍ୱାରା ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହୋଇ ହୃଦ୍‌କ୍ରିୟା ସ୍ବାଭାବିକ ହୁଏ ।
– ସ୍ତ୍ରୀମାନଙ୍କର ଜରାୟୁ ଦୋଷ, ଯୋନିଦୋଷ, ବାତ ଦୋଷ ଆଦିରେ ଜଳ ସହିତ ମେଥିକୁ ବାଟି ସେବନ କରାଯାଏ ।
– ଜ୍ୱର ପରେ ହେଉଥିବା ତୁଣ୍ଡ ଅରୁଚି ଦୂର କରିବା ପାଇଁ ପୁରୁଣା ତେନ୍ତୁଳି, ମିଶ୍ରି ଓ ଅଳ୍ପ ଲୁଣ ସହିତ ମେଥିକୁ ବାଟି ସେବନ କରାଯାଏ, ଏହା ଦ୍ଵାରା ଜ୍ଵର ଭଲ ହୋଇଥାଏ ।
– ଭଜା ମେଥି ଗୁଣ୍ଡା ସହିତ ମିଶ୍ରି ମିଶାଇ ଖାଇଲେ ସ୍ତ୍ରୀମାନଙ୍କ ଶରୀରରୁ ସବୁ ରୋଗ ଦୂର ହୁଏ । କୁମାରୀ ମାନେ ରଜୋବତୀ ହୁଅନ୍ତି ।
– ପୁରୁଷ ଓ ସ୍ତ୍ରୀଙ୍କର ପ୍ରଜନନ ଓ ମୈଥୁନ ଶକ୍ତି ବଢାଇବାପାଇଁ ଭଜାମେଥି ଚୂର୍ଣ୍ଣ ସହିତ କଞ୍ଚାଦୁଧ ପେୟ ।
– ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କ ପାଇଁ ଏହା ଉପଯୋଗୀ। ଏହା ସ୍ତନରେ କ୍ଷୀର ବଢାଏ ।
– ପ୍ରତିଦିନ ଗୋଟିଏ କପ୍ ମେଥିପତ୍ରରୁ ପ୍ରସ୍ତୁତ ଚା ପିଇଲେ ବାତ /ଆଣ୍ଠୁଗଣ୍ଠି ବାତରେ ଉପକାର ମିଳେ ।