ଅର୍ଜୁନ କପୁର ଓ ମଲାଇକା ଙ୍କ ବିବାହ ଅପ୍ରେଲରେ !!

ମୁମ୍ବାଇ: ବଲିଉଡରେ ଯୋରଦାର ଚର୍ଚ୍ଚାରେ ଥିବା ଅର୍ଜୁନ କପୁର ଓ ମଲାଇକା ଅରୋରାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ଏବେ ଶୁଣିବାକୁ ମିଳୁଛି କି ଦୁଇଜଣ ଖୁବ ଶିଘ୍ର ବିବାହ କରିବାକୁ ଯାଉଛନ୍ତି । ସେ ପୁଣି ଏଇ ଅପ୍ରେଲରେ କରିବେ ବେଲି ମଧ୍ୟ ସୂଚନା ଆସିସାରିଛି ।ଏହି ବିବାହ ଖ୍ରୀଷ୍ଟିଆନ ରିତିନୀତିରେ ହେବାର ରହିଛି । ଦୀର୍ଘଦିନ ଧରି ଏହି ପ୍ରେମୀ ଯୁଗଳଙ୍କୁ ବିଭିନ୍ନ ସ୍ଥାନରେ ଏକାଠି ଦେଖିବାକୁ ମିଳୁଥିଲା । ଗତବର୍ଷ ଇଟାଲିରୁ ନିଜ ଜନ୍ମଦିନ ର ଛୁଟି କାଟି ଫେରୁଥିବା ବଲିଉଡର ମୁନ୍ନିଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଅର୍ଜୁନ କପୁରଙ୍କୁ ତାଙ୍କ ସହ ଦେଖିବାକୁ ମିଳିଥିଲା ।ସୂଚନାନୁଯାୟୀ, ଅର୍ଜୁନ କପୁର ନିଜ ଠାରୁ ୧୨ବର୍ଷ ବଡ଼ ଥିବା ମଲାଇକାଙ୍କ ପ୍ରେମରେ ଏମିତି ପାଗଳ ହୋଇଯାଇଛନ୍ତି ଯେ ତାଙ୍କୁ ଆଉ କେହି ଦେଖାଯାଉନାହାନ୍ତି । ସେ ଏ ଅପ୍ରେଲରେ ବିବାହ ଘୋଷଣା କରିବାର ଚର୍ଚ୍ଚା ଖୁବ ଜୋରସୋରରେ ଚାଲଛି ଏବେ ବଲିଉଡରେ ।