ବ୍ରଜରାଜନଗର:୪ନଂ ମାଇନ୍ସ୍ ରେ ଦୁର୍ଘଟଣା,ଜଣେ ମୃତ

ବ୍ରଜରାଜନଗର,(ଅନିନ୍ଦ୍ୟରାଜ ଖାଡଙ୍ଗା)-ଆଜି ଦିନ ପ୍ରାୟ ୩ଟା ସମୟରେ ମାଇନ୍ସ ନଂ ୪ ଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜଣକ ମୃତ୍ୟୁ ହୋଇଅଛି। ଗୋଟିଏ ଟ୍ରକ ଠିଆଥିବା ସମୟରେ ପଛପଟୁ ଆସୁଥିବା ଅନ୍ୟଏକ ଟ୍ରକ ପିଟିହୋଇଥିଲା।

ଏଘଟଣାକୁ ନେଇ ସ୍ଥାନିୟ ଲୋକମାନେ ଏନ୍ ଏଚ ୪୯ ଅବରୋଧ କରିଥିଲେ। ପୋଲିସ ଶିଘ୍ର ନ ପହଞ୍ଚିବା ନେଇ ଆସନ୍ତୋଶ ଦେଖିବାକୁ ମିଳିଥିଲା। ସେଠାରେ ଗାନ୍ଧୀଛକ, ବ୍ରଜରାଜନଗର ପୋଲିସ ଅଧିକାରିମାନେ ପହନ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ। ଶବକୁ ପୋଷ୍ଟମଟମ ପାଈଁ ସଦର ହସ୍ପିଟାଲ କୁ ପଠାଇବା ସହ ଦୁଇ ଦୁର୍ଘଟଣାଗ୍ରସ୍ଥ ଗାଡି ପୋଲିସ ଜବତ୍ କରିଛି।