ରେଙ୍ଗାଳବେଡା ଯୁବ ଆଥେଲେଟିକ ଏସୋସିଏସନ ପକ୍ଷରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ସହିଦ ଯବାନଙ୍କ ପାଇଁ ନୀରବ ପ୍ରାର୍ଥନା 

ଝାରସୁଗୁଡା : ଗାନ୍ଧିରାମ ବେହେରା (ହଲଚଲ ନ୍ୟୁଜ)
ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ରେଙ୍ଗାଳବେଡ଼ା ସାସ୍ବତି ଇଂଲିସ ମିଡିୟମ ସ୍କୁଲର ଖେଳ ପଡ଼ିଆରେ ରେଙ୍ଗାଳବେଡା ଯୁବ ଆଥେଲେଟିକ ଏସୋସିଏସନ ଆନୁକୂଲ୍ୟରେ ଦୁଇଦିନିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । କ୍ରିକେଟ ଖେଳ ଉଦଘାଟନି ଉତ୍ସବରେ ପରିକ୍ଷିତ ଗୌନ୍ତିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସନ୍ତୋଷ କୁମାର ପଟେଲ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ସନ୍ତୋଷ କୁମାର କିଷାନ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଖେଳ ପଡ଼ିଆରେ ପ୍ରଥମ ଥର ପାଇଁ ଖେଳ ହେଉଥିବାରୁ ଐତିହାସିକ ମ୍ୟାଚ କରିବା ପାଇଁ ରେଙ୍ଗାଳବେଡା ଯୁବ ଆଥେଲେଟିକ ଏସୋସିଏସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରିଥିଲେ । ସେହିପରି ଉଦଯାପନି ଉତ୍ସବରେ ଝାରସୁଗୁଡା ଜିଲ୍ଲା ପୂର୍ବତନ ବିଧାୟକ ନବ ଦାସଙ୍କ ସୁପୁତ୍ର ବିଶାଳ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସାସ୍ବତି ଇଂଲିସ ମିଡିୟମ ସ୍କୁଲର ପ୍ରତିଷ୍ଠାତା ସନ୍ତୋଷ କୁମାର ପଟେଲ ସଭାକୁ ସଭାପତିତ୍ୱ କରିଥିଲେ । ଶିକ୍ଷାବିତ ସନ୍ତୋଷ କିଷାନ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିବା ବେଳେ ପରିକ୍ଷିତ ଗୌନ୍ତିଆ ଓ ଜେନିଷ ଦାସ ସମାନ୍ନିତ ଅତିଥି ଭାବରେ ଯୋଗ ଦେଇଥିଲେ । କ୍ରିକେଟ ଖେଳର ପ୍ରଥମ ଦିନରେ ଫାୟାର ଷ୍ଟେସନ ଲଇକେରା ସେମି ଫାଇନାଲରେ ପହଞ୍ଚିଥିଲା । କ୍ରିକେଟ ଖେଳର ଦ୍ଵିତୀୟ ଦିନରେ ରାଉତ ବାହାଲ କ୍ରିକେଟ ଦଳ ପ୍ରଥମ ସ୍ଥାନ ଅଧିକାର କରି ବିଜୟୀ ଲାଭ କରିଥିଲା । ଫାଇନାଲରେ ରାଉତବାହାଲ ଦଳ ଓ ରନର୍ସଅପ ଦଳକୁ ଟ୍ରଫି ସହିତ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିଲା । ଏହି ଅବସରରେ ସହିଦ ବିର ଯବାନ ମାନଙ୍କ ଆତ୍ମାର ଅମରତ୍ବ ପାଇଁ ଆଥେଲେଟିକ ଏସୋସିଏସନ ରେଙ୍ଗାଳବେଡା ପକ୍ଷରୁ ଶ୍ରଦ୍ଧାଞ୍ଜଳି ଓ ଦୁଇ ମିନିଟ ନିରବ ପ୍ରାର୍ଥନା ପାଳନ କରାଯାଇଥିଲା ।  ଶ୍ରୀଧର କିଷାନ, ତପନ କିଷାନ, ଯୁଗଳ କିଷାନ, ତ୍ରିନାଥ ମହାନନ୍ଦ, ଲଷ୍ମୀ ମହାନନ୍ଦ ସହଯୋଗ କରିଥିବା ବେଳେ ସୌଭାଗ୍ୟ ପଟେଲ ଏବଂ ଶୁଭେନ୍ଦୁ ପଟେଲ ବିଶେଷ ସହଯୋଗ କରିଥିଲେ । କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବହୁ ସଂଖ୍ୟାରେ ଖେଳ ପ୍ରେମୀ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।