ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷା ପ୍ରଦାନରେ ବ୍ୟାହତ

ସୁନ୍ଦରଗଡ଼,(ହଲଚଲ୍ ନିଉଜ୍)-ରାଜ୍ୟ ଗୋଷ୍ଠୀ ସମ୍ବଳ ଶିକ୍ଷକ ସଂଘ ର ଆହ୍ବାନ କ୍ରମେ କେତେକ ନ୍ୟାର୍ଯ୍ୟ ଦାବୀ କୁ ସରକାରଙ୍କ ଠାରେ ଉପସ୍ଥାପନ କରିବା ଉଦ୍ଦେଶ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ୩୦ ଜଣ ଗୋଷ୍ଠୀ ସମ୍ବଳ ଶିକ୍ଷକ ( ବି .ଆର୍ .ଟି) ଗତ ୨୮/୧/୨୦୧୯ ଠାରୁ ରାଜ୍ୟ ସ୍ତରୀୟ ଗଣ ଧାରଣାରେ ସାମିଲ ହୋଇଛନ୍ତି ଯାହା ଫଳରେ ପ୍ରଥମ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଭିନ୍ନକ୍ଷମ ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢ଼ା ରେ ତଥା ବିଭିନ୍ନ ପ୍ରକାର ଭତ୍ତା ଓ ବୃତ୍ତି ତତ୍ ସହିତ ସହାୟକ ଉପକରଣ ଯୋଗାଇ ଦେବାରେ ବ୍ୟାହତ ହେଉଛି । ଏହି ଗୋଷ୍ଠୀ ସମ୍ବଳ ଶିକ୍ଷକ ମାନେ ବ୍ଲକ୍ ସ୍ତରରେ ଭିନ୍ନକ୍ଷମ ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ରେ ସାମିଲ କରୁଥିବାରୁ ଏଥିରେ ବହୁବିଧ ସମସ୍ୟା ଦେଖାଦେଇଛି । ବି. ଆର୍. ଟି . ଙ୍କ ଯୋଗ୍ୟତା ସି. ଟି .ଏବଂ ବି .ଇ .ଡି ଥାଇ ଦୀର୍ଘ ୧୨ ବର୍ଷ କାଳ ଚାକିରୀ କଲାପରେ ମଧ୍ୟ ସେମାନଙ୍କ ବେତନ କମ୍ l ସି .ଟି ,ବି .ଇ .ଡି .ହାରରେ ବେତନ ଦେବା ପାଇଁ , ଚାକିରୀ ସ୍ଥାୟୀ କରଣ, ସମାନ ଯୋଗ୍ୟତାକୁ ସମାନ ଦରମା, ଚୁକ୍ତଭିତ୍ତିକ କୁ ଉଛେଦିକରଣ ଇତ୍ୟାଦି ବିଭିନ୍ନ ଦାବୀ ରେ ଦୀର୍ଘ ଦିନ ଧରି ଗଣଧାରଣା ରେ ସାମିଲ ହୋଇଛନ୍ତି । ତୁରନ୍ତ ଏହି ଗୋଷ୍ଠୀ ସମ୍ବଳ ଶିକ୍ଷକ ମାନଙ୍କ ଦାବୀକୁ ପୂରଣ କରିବା ନିମନ୍ତେ ଭିନ୍ନକ୍ଷମ ଛାତ୍ର ଛାତ୍ରୀ ମାନଙ୍କ ଅଭିଭାବକ ମହଲରେ ଦାବି ହେଉଛି।