କୁଷ୍ଠରୋଗୀ ର ଶବ ଶତ୍କାର କରି ମାନବିକତା ଦେଖାଇଲେ ବିଜୁଯୁବବାହିନୀ

ଝାରସୁଗୁଡା,(ହଲଚଲ୍ ନ୍ୟୁଜ୍)-କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇ ଗାଁରୁ ବାସନ୍ଦ ହୋଇଥିବା ଭୁକଲ ଉରମାଲଙ୍କ ମୃତ୍ୟୁ ପରେ ଶବସତ୍କାର ପାଇଁ ଆସିଲେ ନାହିଁ ଗାଁର ଲୋକେ | ସମ୍ପର୍କୀୟ ମାନେ ବି ପାଖତଡ ମାଡିଲେନି । ହେଲେ ସେ ଜାଗାରେ ମଣିଷ ପଣିଆ ଦେଖାଇ ଆଗେଇ ଆସିଥିଲେ ବିଜୁ ଯୁବ ବାହିନୀ।

ଝାରସୁଗୁଡା ଜିଲ୍ଲା ଅନ୍ତର୍ଗତ ରାଜପୁର ପଞ୍ଚାୟତର ବଗରାଚକା ଗାଁର ୭୨ ବର୍ଷର ଵୃଦ୍ଧ ଭୁକଲ ଉରମାଲଙ୍କ ଆଜି ଦେହାନ୍ତ ହୋଇଥିଲା। ତାଙ୍କର ଗୋଟିଏ ପୁଅ । ମାତ୍ର ସେ ମୃତ ବାପାର ଶବକୁ ଏକୁଟିଆ ସତ୍କାର ପାଇଁ ନେବାକୁ ସକ୍ଷମ ହୋଇ ନଥିଲା । ଗାଁର  ଜାତିଭାଇଙ୍କ ଠାରୁ ଆରମ୍ଭ କରି କେହି ବି ସମ୍ପର୍କୀୟ ନ ଆସିବାରୁ ଶବ ପଡି ରହିଥିଲା | ବିଜୁ ଯୁବ ବାହିନୀର ସ୍ବେଚ୍ଛାସେବୀମାନଙ୍କ ନିକଟରେ ଏ ଖବର ପହଞ୍ଚି ଥିଲା।ବିଜୁ ଯୁବ ବାହିନୀର କର୍ମକର୍ତ୍ତା କାଳ ବିଳମ୍ବ ନକରି ସେଠାରେ ପହଂଚିଥିଲେ | ମୃତକଙ୍କ  ଶବକୁ କାନ୍ଧରେ ବୋହି ସ୍ମଶାନକୁ ନେବା ସହ ଯଥାରୀତି ସସମ୍ମାନ ସତ୍କାର କରିଥିଲେ। ବିଜୁ ଯୁବ ବାହିନୀର ଏଭଳି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।