ଟ୍ରକ୍‌-ବାଇକ୍‌ ମୁହାଁମୁହିଁ ଧକ୍କା : ୧ମୃତ, ୨ ଗୁରୁତର !

କଳାହାଣ୍ଡି :ଭବାନୀପାଟଣା-ଜୟପୁର ଏନ୍‌ଏଚ୍‌-୨୬ରେ କାଉଡଳା ଗ୍ରାମରେ ଗୋଟିଏ ଟ୍ରକ୍‌ ସହ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।ବାଇକ୍‌ରେ ୩ଜଣ ଥିଲେ।  ତେବେ ଘଟଣାସ୍ଥଳରେ କୋକସରା ଥାନା ଅନ୍ତର୍ଗତ ଖଲିଗଡ଼ ଗ୍ରାମର ଯୁବରାଜ ମାଝୀଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨ ଜଣଙ୍କୁ କୋକସରା ମେଡିକାଲରେ ଚିକିତ୍ସା କରାଯାଉଛି। କୋକସରା ପୁଲିସ ଟ୍ରକ୍‌ଟିକୁ ଅଟକ ରଖି ତଦନ୍ତ କରୁଛି ।