କ୍ଷୀର ଲିଟର ୩୫ ଟଙ୍କା ବୃଦ୍ଧି ଦାବୀରେ ଚାଷୀଙ୍କ ବରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ

ବରଗଡ : ୨ ଦଫା ଦାବି ନେଇ ବରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଚାଷୀ । କ୍ଷୀରର ମୂଲ୍ୟର ବୃଦ୍ଧି ନେଇ ବହୁ ଦିନ ହେବ ଚାଷୀମାନେ ଦାବି କରିି ଆସୁଥିଲେ ମଧ୍ୟ ପ୍ରଶାସନ ତାହାକୁ କର୍ଣ୍ଣପାତ କରୁନଥିଲା । ଏନେଇ ଆଜି ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି । ବରଗଡ ବ୍ୟତିତ ସମ୍ବଲପୁର, ଦେବଗଡ, ଝାରସୁଗୁଡା ଓ ସୁବର୍ଣ୍ଣପୁରର ଚାଷୀମାନେ ଏଥିରେ ସାମିଲ ହୋଇଥିଲେ । କ୍ଷୀର ଲିଟର ୩୫ ଟଙ୍କାକୁ ବୃଦ୍ଧି ସାଙ୍ଗକୁ ସମିତିର ପରିଚାଳନା ଖର୍ଚ୍ଚ ଓମଫେଡ ବହନ କରିବାକୁ ଚାଷୀମାନେ ଦାବି କରିଛନ୍ତି ।