ଅମିତ ଶାହା ନିଜ ଘରୁ ଆରମ୍ଭ କଲେ “ମେରା ପରିବାର, ଭାଜପା ପରିବାର” ର ପ୍ରଚାର ଅଭିଯାନ

ଅହମଦାବାଦ:ଆଜି ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଶତାଙ୍କ ନିଜ ଘରେ ବିଜେପି ପତାକା ଓ ଷ୍ଟିକର୍‌ ଲଗାଇ  ଏହି ଅଭିଯାନ ଆରମ୍ଭ କରିଛନ୍ତି। ଆନୁଷ୍ଠାନିକ ଭାବେ ଏହି ଅଭିଯାନ ପଣ୍ଡିତ ଦୀନଦୟାଲ୍‌ ଉପାଧ୍ୟାୟ ଅଡିଟରିୟମ୍‌ରୁ ଆରମ୍ଭ ହେବ। ସେଠାରେ ବିଜେପି ମୁଖ୍ୟ ଲୋକସଭା ନିର୍ବାଚନର ପ୍ରସ୍ତୁତି ସଂକ୍ରାନ୍ତରେ ଦଳୀୟ କର୍ମୀଙ୍କୁ ଉଦ୍‌ବୋଧନ ଦେବେ।ଲୋକସଭା ନିର୍ବାଚନ ନରେନ୍ଦ୍ର ମୋଦି ସରକାର ଜିଣିବାକୁ ଯାଉଛି ବୋଲି ନିଶ୍ଚିତ କରିବାକୁ ଘରେ ପତାକା ମାରି ତା’ର ଫଟୋ ଉଠାଇ ଏକ ଅଡିଓ ବାର୍ତ୍ତାରେ ଶାହା ଲୋକମାନଙ୍କୁ ନିବେଦନ କରିଛନ୍ତି।ଦେଶବ୍ୟାପୀ ଆରମ୍ଭ ହୋଇଥିବା ଏହି ଅଭିଯାନ ୪ଟି ପର୍ଯ୍ୟାୟ ଦେଇ ମାର୍ଚ ୨ ତାରିଖ ଯାଏଁ ଚାଲିବ।