ଜନମ୍ ମାଟି ସୁରକ୍ଷା ସଂଗ୍ରାମ ସମିତି ପକ୍ଷରୁ ଭବାନୀପାଟଣା ଆଜି ବନ୍ଦ !

ଭବାନୀପାଟଣା : ଭବାନୀପାଟଣା ସହରର ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ଘରଡିହ ପଟ୍ଟା ପ୍ରଦାନ କରିବା ପାଇଁ ଦାବି ହୋଇଛି। ଆଉ ଏହି ଦାବି ପୂରଣ ପାଇଁ ଆଜି ଭବାନୀପାଟଣାରେ ୧୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଜନ୍ମମାଟି ସୁରକ୍ଷା ସଂଗ୍ରାମ ସମିତି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।ଏହି ସମିତିର ଆହ୍ୱାନକ୍ରମେ ଆଜି ଭବାନୀପାଟଣା ସହରରେ ଦୋକାନବଜାର ବନ୍ଦ ରହିଛି। ଗାଡ଼ି ଚଳାଚଳ ବି ବନ୍ଦ ରହିଛି। ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଏହି ବନ୍ଦରୁ ବାଦ୍ ଦିଆଯାଇଛି।ସକାଳ ୬ଟାରୁ ରାତି ୯ଟା ଯାଏ ଏହି ବନ୍ଦ ପାଳନ କରାଯାଉଛି। ସକାଳେ ସମିତିର ସଦସ୍ୟମାନେ ନକଟିଗୁଡ଼ା ଛକରେ ରାସ୍ତା ଅବରୋଧ କରିବା ସହ ଦାବି ପୂରଣ ନେଇ ସ୍ଳୋଗାନ ଦେଇଥିଲେ।