ପ୍ରିୟଙ୍କା ଏବେ ସବୁଠାରୁ ଲୋକପ୍ରିୟ ପଲିଟିକାଲ ଷ୍ଟାର୍ !!

ନୂଆଦିଲ୍ଲୀ : ଗତକାଲି ଉତ୍ତରପ୍ରଦେଶ ର ଲକ୍ଷ୍ନୋ ଠାରେ ଥିଲା କଂଗ୍ରେସ ତଥା ପ୍ରିୟଙ୍କା-ରାହୁଲ ଙ୍କ ରୋଡ୍-ସୋ।କଂଗ୍ରେସ ପୁଣିଥରେ ଉତ୍ତର ପ୍ରଦେଶରେ ନିଜର ଶକ୍ତି ପ୍ରଦର୍ଶନ ପାଇଁ ଅଣ୍ଟା ଭିଡ଼ିବା ସହ ‘ମିଶନ ଉତ୍ତର ପ୍ରଦେଶ’ ଆରମ୍ଭ କରିଛି। ଲୋକସଭାର ୪୨ଟି ଆସନ ଏବେ ତାଙ୍କର ଟାର୍ଗେଟରେ। ରାହୁଲ ଗାନ୍ଧୀଙ୍କ ଉପରୁ ଚାପ କମାଇବା ଏବଂ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଉତ୍ତରପ୍ରଦେଶ ପାଇଁ ବିଶେଷ ଫୋକସ କରିବା ଲକ୍ଷ୍ୟରେ ପ୍ରିୟଙ୍କା ଗାନ୍ଧୀଙ୍କୁ ସାଧାରଣ ସମ୍ପାଦକ ଭାବରେ ଦାୟିତ୍ୱ ଦିଆଯାଇ ଉତ୍ତରପ୍ରଦେଶ ପୂର୍ବର ପ୍ରଭାରୀ ନିଯୁକ୍ତ କରାଯାଇଛି। ସଭାରେ ମଧ୍ୟ ଲକ୍ଷାଧିକ ସାଧାରଣ ଲୋକ ଏବଂ କଂଗ୍ରେସ କର୍ମୀ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା। ଆଜି ପ୍ରିୟଙ୍କା ପ୍ରଥମ ଦଳୀୟ ସମାବେଶ ହୋଇଥିବାରୁ କର୍ମୀ ମାନେ ବହୁତ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା। ପ୍ରିୟଙ୍କା ପ୍ରତ୍ୟକ୍ଷ ରାଜନୀତିକୁ ଆସିବା ପରେ ଏହି ରୋଡ ଶୋ’ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ବଢ଼ାଇ ଦେଇଛି। ଏବେ ଉତ୍ତରପ୍ରଦେଶରେ କଂଗ୍ରେସ ନିଜ ସ୍ଥିତି ମଜଭୁତ କରିପାରିବ ବୋଲି ଆଶା କରିଛି। ପ୍ରିୟଙ୍କା ୟୁପି ରାଜନୀତି ପାଇଁ ଗେମ୍ ଚେଞ୍ଜର ହେବେ ବୋଲି ରାଜନୀତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି। ସେଥିଲାଗି ଦଳ ସଭାପତି ରାହୁଲ ଗାନ୍ଧି ତାଙ୍କୁ ପ୍ରତ୍ୟକ୍ଷ ରାଜନୀତିକୁ ଆଣିଛନ୍ତି। ଖାସ୍ କରି ଦଳୀୟ କର୍ମୀଙ୍କ ଉତ୍ସାହ ବଢ଼ାଇବାରେ ପ୍ରିୟଙ୍କା ସମର୍ଥ ହେବେ ବୋଲି ସେମାନେ କହିଛନ୍ତି। ତେବେ ଆଜି ପ୍ରିୟଙ୍କା ଙ୍କ ପ୍ରଥମ ରାଜନୈତିକ ସମାବେଶ ଥିବା ବେଳେ ସାମାଜିକ ଗଣମାଧ୍ୟମ ଟୁଇଟର ରେ ଖୋଲା ଯାଇଥିଲା ପ୍ରିୟଙ୍କା ଙ୍କ ଅଫିସିଆଲ ଟୁଇଟର ଆକାଉଣ୍ଟ । ଆଜି ମାଧ୍ୟାନ୍ନ ପ୍ରସ୍ତୁତ ହୋଇଥିବା ଆକାଉଣ୍ଟ ରେ ସେପରି କିଛି ପୋଷ୍ଟ ମଧ୍ୟ ହୋଇନଥିବା ଦେଖିବାକୁ ମିଳିଛି। କିନ୍ତୁ ସମସ୍ତଙ୍କ ର ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟିଛି ପ୍ରିୟଙ୍କା ଙ୍କ ଫଲୋୟର୍ସ ସଂଖ୍ୟା। ଆକାଉଣ୍ଟ ଖୋଲା ଯିବା ପରେ ହୁତ ହୁତ ହୋଇ ଏହା ବଢୁଥିବାର ଦେଖିବାକୁ ମିଳିଛି। ଯାହାକୁ ଦେଖି ବିରୋଧୀ ଙ୍କ ମନରେ ନିଶ୍ଚିତ ଭାବେ ଏକ ଆଶଙ୍କା ସୃଷ୍ଟି ହୋଇଥିବ। କାରଣ ଆକାଉଣ୍ଟ ଖୋଲା ଯିବାର କିଛି ଘଣ୍ଟା ମଧ୍ୟରେ ୧ଲକ୍ଷ ୨୦ହଜାରରୁ ଅଧିକ ଲୋକ ପ୍ରିୟଙ୍କା ଙ୍କ ଟୁଇଟର ଆକାଉଣ୍ଟ ସହ ଯୋଡି ହୋଇଯାଇଛନ୍ତି। ଏବଂ ଏହି ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଥିବା ଦେଖିବାକୁ ମଧ୍ୟ ମିଳିଛି। ଆଗରୁ କୋୖଣସି ରାଜନୈତିକ ବ୍ୟକ୍ତି ବିଶେଷ କିମ୍ବା ଅଭିନେତା ଅଭିନେତ୍ରୀ ଙ୍କ ଫଲୋୟର୍ସ ସଂଖ୍ୟା ଏତେ ଦ୍ରୁତ ବେଗରେ ବଢ଼ିବା ଦେଖିବାକୁ ମିଳିନି। ସର୍ବଭାରତୀୟ କଂଗ୍ରେସ ଦଳର ମୁଖ୍ୟାଳୟକୁ ଆସି ପ୍ରିୟଙ୍କା କିଛି ଦିନ ତଳେ ଆନୁଷ୍ଠାନିକ ଦାୟିତ୍ୱ ଗ୍ରହଣ କରିଥିଲେ। ଦାୟିତ୍ୱ ନେବା ମାତ୍ରକେ ସ୍ୱତନ୍ତ୍ର ଅଭିଯାନ ମୁଡ଼ରେ ପ୍ରିୟଙ୍କା ରହିଥିବା ଜଣାପଡିଗଲାଣି। କାରଣ ଆଜିଠାରୁ ପ୍ରିୟଙ୍କା ଉତ୍ତରପ୍ରଦେଶ ଗସ୍ତ ଆରମ୍ଭ କରିଛନ୍ତି। ଛତ୍ତରପ୍ରଦେଶ ଗସ୍ତ ଆରମ୍ଭ କରି କିଛି ଦିନ ସେଠାରେ ପ୍ରିୟଙ୍କା କାଟିବେ। ଏହାର କିଛି ଦିନ ପରେ ପୁଣି ୟୁପି ଗସ୍ତରେ ଆସି ଲମ୍ୱା ସମୟ ପ୍ରିୟଙ୍କା ରହିବେ ବୋଲି ଜଣାପଡିଛି।

ଫେବୃଆରୀ ୧୮ତାରିଖରୁ ପ୍ରିୟଙ୍କାର ୟୁପିର ପୂର୍ବଭାଗର ଅଭିଯାନ ଆରମ୍ଭ ହେବ। ପୁରା ଏକମାସ ପୂର୍ବ ଉତ୍ତରପ୍ରଦେଶରେ ପ୍ରିୟଙ୍କା ରହିବାର ଯୋଜନା ପ୍ରସ୍ତୁତ ହୋଇଛି । ଏହାର ଅଧୀନରେ ପ୍ରତ୍ୟେକ ଦିନ ସେ ଗୋଟିଏ ଲୋକସଭା କ୍ଷେତ୍ରରେ ସମୟ କାଟିବେ। କର୍ମକର୍ତ୍ତାମାନଙ୍କୁ ଭେଟି ଆଲୋଚନା କରିବା ସହ ସେଠାରେ ସଭା ବି କରିବେ। ଏହି ଏକମାସ ଭିତରେ ରୋଡ଼ ଶୋ’ ବ୍ୟାପକ ଭାବରେ କରିବା ପାଇଁ ପ୍ରିୟଙ୍କା ଯୋଜନା କରିଥିବା କୁହାଯାଉଛି। ତାଙ୍କର ଲକ୍ଷ୍ୟ ହେଉଛି ଏହି ରୋଡ଼ ଶୋ’ ମାଧ୍ୟମରେ ସେ ସାଧାରଣ ଲୋକଙ୍କ ସହ ଭେଟି କଥା ହେବେ ଓ ତୃଣମୂଳ ସ୍ତରରେ ଥିବା କଂଗ୍ରେସ କର୍ମୀମାନଙ୍କ ସହ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାର ସୁଯୋଗ ପାଇବେ। ପ୍ରିୟଙ୍କାଙ୍କର ଆଜିର କାର୍ଯ୍ୟକ୍ରମ ଗୁଡ଼ିକରେ ତାଙ୍କ ଭାଇ ତଥା କଂଗ୍ରେସ ସଭାପତି ରାହୁଲ ଗାନ୍ଧି ମଧ୍ୟ ସାମିଲ ହୋଇଛନ୍ତି। ହେଲେ ସନ୍ଧ୍ୟାରେ ରାହୁଲ ଦିଲ୍ଲୀ ଫେରିଆସିବାକୁ ଥିବାବେଳେ ପ୍ରିୟଙ୍କା କିନ୍ତୁ ଲକ୍ଷ୍ନୌରେ ରହିବେ। ପ୍ରଶାସନିକ ସ୍ତରରେ ଉତ୍ତରପ୍ରଦେଶ ୧୮ମଣ୍ଡଳରେ ଭାଗ ହୋଇଛି। ପ୍ରିୟଙ୍କାଙ୍କୁ ୯ମଣ୍ଡଳର ଦାୟିତ୍ୱ ଦିଆଯାଇଛି। ଏଥିରେ ୪୨ଟି ଲୋକସଭା ଆସନ ଆସୁଛି। ଆଉ ଏକ ରଣନୀତି ଆଧାରରେ ପ୍ରିୟଙ୍କା ପୂର୍ବ ଉତ୍ତରପ୍ରଦେଶ ଲାଗି ଜଣେ ଅଧ୍ୟକ୍ଷ ନିଯୁକ୍ତ ହେବାକୁ ଚାହୁଁଛନ୍ତି। କୁହାଯାଉଛି ଜଣେ ବ୍ରାହ୍ମଣ ନେତାଙ୍କୁ ପୂର୍ବ ଉତ୍ତରପ୍ରଦେଶର ଅଧ୍ୟକ୍ଷ ପଦ କଂଗ୍ରେସ ଦେବ। ରାଜନୈତିକ ସମୀକରଣ ଦୃଷ୍ଟିରୁ ଏହା ଦଳକୁ ସହାୟକ ହେବ ବୋଲି ବିଚାର କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ କ୍ଷେତ୍ର ବାରଣାସୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିଧାନସଭା କ୍ଷେତ୍ର ଗୋରଖପୁର ପୂର୍ବ ଉତ୍ତରପ୍ରଦେଶରେ ପଡୁଛି। ସେ ଦୃଷ୍ଟିରୁ ବିଜେପିର ମଜଭୁତ ଗଡ଼ରେ ଦଳକୁ ସକ୍ରିୟ କରି ସାଧାରଣ ନିର୍ବାଚନବେଳକୁ ଆଶା ସଞ୍ଚାର କରିରଖିବାର ଗୁରୁ ଦାୟିତ୍ୱ ପ୍ରିୟଙ୍କା ଗ୍ରହଣ କରିଛନ୍ତି।

ଏହା କଂଗ୍ରେସ ଦଳ ପ୍ରତି ଶୁଭ ସଂକେତ ହୋଇଥିବା ବେଳେ ବିରୋଧୀ ବିଜେପି ଉପରେ ଭାରି ପଡିପାରେ । କାଲି ଯେଉଁମାନେ ପ୍ରିୟଙ୍କା ଙ୍କୁ ବିରୋଧ କରିଥିଲେ ସେମାନଙ୍କ ପାଇଁ ଆଜିର ଏହି ଦୃଶ୍ୟ ନିଶ୍ଚିତ ଭାବେ କଷ୍ଟସାଧ୍ୟ ହୋଇଥିବ। କିଛିଦିନ ତଳେ ମଧ୍ୟ ରାହୁଲ ଗାନ୍ଧୀ ଙ୍କ ଟୁଇଟର ପୋଷ୍ଟ ରେ ବିଜେପି ଏବଂ ମୋଦିଙ୍କ ପୋଷ୍ଟ ଠାରୁ ଅଧିକ ଥର ଲାଇକ ଏବଂ ରିଟୁଇଟ ହୋଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ର ବିଷୟ ପାଲଟିଥିଲା। ସୋସିଆଲ ମିଡିଆ ଟୁଇଟର ରେ ରାହୁଲଙ୍କ କ୍ରେଜ ଆଗରେ ଥିବାବେଳେ ପଛରେ ପଡି ଯାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ଭାରତୀୟ ଜନତା ପାର୍ଟି ଓ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଟ୍ବିଟର ଆକାଉଣ୍ଟ । ବଜେଟକୁ ନେଇ ରାହୁଲଙ୍କ ଟ୍ବିଟକୁ ସର୍ବାଧିକ ପସନ୍ଦ କରୁଛନ୍ତି ଟ୍ବିଟର ବ୍ୟବହାରକାରୀ । ଆଉ ଏହି ତାଲିକାରେ ୪ର୍ଥ ସ୍ଥାନରେ ଅଛନ୍ତି ନରେନ୍ଦ୍ର ମୋଦି । ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ମିଳିବା ନେଇ ରାହୁଲଙ୍କ ଟ୍ବିଟରେ ୧୩ ହଜାର ଥର ରିଟ୍ଵିଟ ହୋଇଛି । ଟ୍ଵିଟର ପକ୍ଷରୁ ଏକ ସର୍ଭେ ରିପୋର୍ଟ ରୁ ଏହା ଜଣାପଡିଛି । ପ୍ରଧାନମନ୍ତ୍ରୀଙ୍କ ବଜେଟକୁ ନେଇ ଟ୍ବିଟରେ ୭୫୦୦ ଥର ରିଟ୍ବିଟ ହୋଇଛି । ସେହିପରି ପିଏମଓର ଆୟକର ଛାଡ ଟ୍ବିଟରେ ୪୭୦୦ ଥର ରିଟ୍ବିଟ କରାଯାଇଛି । ଏସବୁ ଘଟଣା ଦେଖିବା ପରେ ଦେଶର ରେ ମୋଦି ବିରୋଧୀ ହାୱା ବୋହୁଥିବା ଜଣାପଡୁଥିବା ବେଳେ କଂଗ୍ରେସ ଲୋକଙ୍କ ପୁନଃ ବିଶ୍ୱାସ ଜିତିବା ଏକ ପ୍ରକାର ସ୍ଥିର ହୋଇଯାଇଥିବା କହିବା ଭୁଲ ହେବ ନାହିଁ।