ଓଡିଶା ରାଜ୍ୟ ପଞ୍ଚାୟତ ସମିତି ସଭ୍ୟସଭ୍ୟା ମହାସଂଘ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ !

ଭୁବନେଶ୍ବର,(ହଲଚଲ୍ ନ୍ୟୁଜ୍)-ଓଡିଶା ରାଜ୍ୟ ପଞ୍ଚାୟତ ସମିତି ସଭ୍ୟସଭ୍ୟା ମହାସଂଘ ପକ୍ଷରୁ ବିଭିନ୍ନ ଦାବୀ ନେଇ ଆଜି ୫୦ ଜଣିଆ ଟିମ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏକ ୧୦ ଦଫା ଦାବୀପତ୍ର ଦେଇଥିଲେ। ଆସନ୍ତା ୧୦ ରୁ ୨୦ ତାରିଖ ମଧ୍ୟରେ ଦାବୀ ଗୁଡିକ ବିଚାର କରି ପୂରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିନିଧି ମଣ୍ଡଳୀଙ୍କୁ ପ୍ରତିଶୃତି ଦେଇଥିବା ମହାସଂଘ ପକ୍ଷରୁ ପ୍ରକାଶ।

ମହାସଂଘ ପକ୍ଷରୁ ସଭାପତି ଶରତ ଖିଲାର,ସାଧାରଣ ସଂପାଦକ ସୁକାନ୍ତ ସାମଲ, କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ଘଡେଇଙ୍କ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ପଞ୍ଚାୟତସମିତି ଅଧ୍ୟକ୍ଷ ଏବଂ ସମିତିସଭ୍ୟ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ।